Poonam Mishra
ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ପୁନମ୍ ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ନାୟକଙ୍କ ‘ବାଇଶି ପାହାଚେ ଖେଳିବ ମୀନ’ ଜରିଆରେ ଓଲିଉଡରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ପ୍ରଥମ ସିନେମାରେ ସେ ସେ ଲଳିତ ନାମକ ଜଣେ ନବାଗତଙ୍କ ନାୟିକା ବନିଥିଲେ। ପୁନମ୍ ଏହାପରେ ଯେଉଁ ନାୟକଙ୍କ ସହ କାମ କରିଛନ୍ତି, ସେମାନଙ୍କ ଭିତରେ ଅଛନ୍ତି ବାବୁସାନ୍, ବୁଲୁ ଓ ସମ୍ବିତ ପ୍ରମୁଖ ଅଛନ୍ତି।
ହେଲେ ଏହାପରେ ତାଙ୍କୁ ବଡ଼ ପରଦାରେ ଅନ୍ୟ କୌଣସି ନବାଗତଙ୍କ ନାୟିକା ଭାବେ ଦେଖିବାକୁ ମିଳିନାହିଁ। ତେବେ ପୁନମ୍ ପୁଣି ଜଣେ ନବାଗତଙ୍କ ନାୟିକା ଭାବେ ଅଭିନୟ କରୁଛନ୍ତି।
/sambad/media/post_attachments/wp-content/uploads/2021/03/010f5bea-6456-4a1f-a492-ebe881c0c500.jpg)
ଏଠାରେ ଯେଉଁ ନବାଗତଙ୍କ କଥା କୁହାଯାଉଛି ସେ ହେଲେ କିଶୋର କୁମାର। ଯେଉଁ ଫିଲ୍ମରେ କିଶୋର ଓ ପୁନମଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ, ତାର ଟାଇଟଲ୍ ହେଲା ‘ଲଭ୍ ୟୁ ଜାନୁ’। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟା ମହାପାତ୍ର, ମନୀଷା ମିଶ୍ର, ଅରବିନ୍ଦ ଏବଂ ଚୌଧୁରୀ ବିକାଶ ଦାସ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।
‘ଲଭ୍ ୟୁ ଜାନୁ’ର ପ୍ରଯୋଜକ ହେଲେ ଜିତେନ୍ଦ୍ର ଓଝା ଓ ଏହାର ନିର୍ଦ୍ଦେଶନା ଦେଉଛନ୍ତି ଦିବ୍ୟଜ୍ୟୋତି ପାତ୍ର। ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର। ଡକ୍ଟର ବୈଜୟନ୍ତୀ ମିଶ୍ର ଏହି ସିନେମାର କାହାଣୀ ରଚନା କରିଛନ୍ତି। ନିକଟରେ ଫିଲ୍ମର ମହୁରତ୍ ସରିଛି।
Follow Us