ଲାଇଭ ସୋ’ ଚାଲିଥିବା ବେଳେ ୧୧ମାସ ତଳେ ବିବାହ କରିଥିବା ଲୋକପ୍ରିୟ ଗାୟକଙ୍କ ବିଦ୍ୟୁତ ଆଘାତରେ ହେଲା ମୃତ୍ୟୁ

ଲାଇଭ ସୋ’ ଚାଲିଥିବା ବେଳେ ୧୧ମାସ ତଳେ ବିବାହ କରିଥିବା ଲୋକପ୍ରିୟ ଗାୟକଙ୍କ ବିଦ୍ୟୁତ ଆଘାତରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ସଙ୍ଗୀତ ଦୁନିଆରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।  ଜଣେ ପ୍ରସିଦ୍ଧ ଗାୟକ ବହୁତ କମ ବୟସରେ ଏହି ଦୁନିଆକୁ ଛାଡି ପରପାରିକୁ ଚାଲି ଯାଇଛନ୍ତି । ମୃତ କଣ୍ଠଶିଳ୍ପୀଙ୍କ ନାମ ଆୟରେସ୍ ସାସାକି ଓ ବୟସ ୩୫ବର୍ଷ ରହିଛି । ହଠାତ କଣ୍ଠଶିଳ୍ପୀଙ୍କ ଏଭଳି ମୃତ୍ୟୁକୁ କେହି ବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି।

ଆୟରେସ୍ ସାସାକି ବ୍ରାଜିଲର ଜଣେ ଲୋକପ୍ରିୟ ଗାୟକ। ଆୟରେସ୍ ତାଙ୍କ ଫ୍ୟାନ୍ସଙ୍କ ସାମ୍ନାରେ ସିଧାସଳଖ ପ୍ରଦର୍ଶନ କରୁଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ମୃତ୍ୟୁର କାରଣ ବିଦ୍ୟୁତ ଆଘାତ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଜୁଲାଇ ୧୩ତାରିଖରେ ଆୟରେସ୍ ସାସାକିଙ୍କ ସଲିନୋପଲିସର ସୋଲାର ହୋଟେଲରେ ଏକ କନ୍ସର୍ଟ ଚାଲିଥିଲା ​​। ଏହି କନ୍ସର୍ଟ ଆୟରେସ୍ ଶେଷ କନ୍ସର୍ଟ ଏବଂ ଶେଷ ପ୍ରଦର୍ଶନ ଥିଲା।

କାରଣ ଏହି କନ୍ସର୍ଟରେ ଆୟରେସଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଲାଇଭ ସୋ’ ପ୍ରଦର୍ଶନ କରୁଥିବା ବ‌େଳେ ଆୟରେସଙ୍କୁ ଜଣେ ଓଦା ହୋଇଥିବା ଗ୍ରାହକ ଆଲିଙ୍ଗନ କରିଥିଲେ। ଏହାପରେ ଆୟରେସ ଓଦା ହୋଇ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସ‌ଙ୍ଗେସଙ୍ଗେ ସେ ତଳେ ପଡ଼ି ଯାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୧୧ମାସ ତଳେ ଆୟରେସଙ୍କ ଧୁମଧାମରେ ବିବାହ ହୋଇଥିଲା। ଗାୟକଙ୍କ ଏଭଳି ମୃତ୍ୟୁପରେ ପରିବାର  ଓ ତାଙ୍କ ଧର୍ମପତ୍ନୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe