ନୂଆଦିଲ୍ଲୀ: ଆଉ ନାହାନ୍ତି ଲୋକପ୍ରିୟ Travel Influencer ଅନୁନୟ ସୁଦ୍। ମାତ୍ର ୩୨ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଅନୁନୟ ଦୁବାଇରେ ନିଜ ପରିବାର ସହିତ ରହୁଥିଲେ। ‌ସେ Travel Influencer ସହ ଫଟୋଗ୍ରାଫର ମଧ୍ୟ ଥିଲେ। ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଗୁରୁବାର ସକାଳେ ଇନଷ୍ଚାଗ୍ରାମ ଜରିଆରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି ।

Advertisment

ପରିବାର ଲୋକ କଲେ ଏପରି ପୋଷ୍ଟ 

ଅନୁନୟ ସୁଦଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପରିବାର ଲୋକେ ପୋଷ୍ଟ କରି ଏହି ଖବର ଦେଇଛନ୍ତି। ସେମାନେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, "ଗଭୀର ଦୁଃଖର ସହିତ ଆମେ ଆପଣଙ୍କୁ ଜଣାଉଛୁ ଯେ, ଆମର ଅତି ପ୍ରିୟ ଅନୁନୟ ସୁଦ୍ ଆଉ ଆମ ସହ ନାହାନ୍ତି। ଏହି କଷ୍ଟକର ସମୟରେ ଆମେ ଆପଣଙ୍କ ସହଯୋଗ ଏବଂ ଗୋପନୀୟତା ବଜାୟ ରଖିବା ପାଇଁ ଅନୁରୋଧ କରୁଛୁ। ଦୟାକରି ଆମ ବ୍ୟକ୍ତିଗତ ବାସଭବନ ନିକଟରେ ଭିଡ଼ ଜମାନ୍ତୁ ନାହିଁ। ଈଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।"

ଜଣାପଡିଲା ଶେଷ ଠିକଣା 

ଯଦିଓ ଅନୁନୟ ସୁଦଙ୍କ ମୃତ୍ୟୁର କାରଣ ସମ୍ପର୍କରେ ପରିବାର ପକ୍ଷରୁ କୌଣସି ସଠିକ ସୂଚନା ଦିଆଯାଇନାହିଁ। କିନ୍ତୁ ଅନୁନୟଙ୍କର ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ତାଙ୍କ ଶେଷ ଠିକଣା ବିଷୟରେ ଜଣାଇଛି। ଇନଷ୍ଟା ପୋଷ୍ଟରୁ ଜଣାପଡ଼ିଛି ସେ ଲସ୍ ଭେଗାସ୍‌ରେ ଥିଲେ।

ପ୍ରଶଂସକଙ୍କୁ ଲାଗିଲା ଗଭୀର ଆଘାତ

ସୋସିଆଲ ମିଡିଆରେ ଅନୁନୟଙ୍କ ଦେହାନ୍ତ ହେବା ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂଶକଙ୍କୁ ଶକ୍ତ ଧକ୍କା ଲାଗିଛି। ଅନେକ ଲୋକ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଶଂଶକମାନେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନଥିବା ଦେଖାଯାଇଛି।

ଖୁବ୍ କମ୍ ଦିନରେ ବିଶ୍ବର ଅନେକ ସ୍ଥାନ ଯାତ୍ରା କରିବା ସହ ଖୁବ୍ ସୁନ୍ଦର ସୁନ୍ଦର ଫଟୋ ଉଠାଇ ସେ ନିଜର ଏକ ଅନନ୍ଯ ପରିଚୟ ସୃଷ୍ଟି କରିପାରିଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଥିଲେ। ନିଜର ଡ୍ରୋନ୍ ସଟ୍, ଏରିଅଲ୍ ଏବଂ ଲ୍ୟାଣ୍ଡସ୍କେପ୍ ଫଟୋଗ୍ରାଫି ପାଇଁ ଜଣାଶୁଣା ଥିଲେ ଅନୁନୟ। ସେ ଭାରତରୁ ଆରମ୍ଭ କରି ୟୁରୋପ, ଆମେରିକା ଏବଂ ମଧ୍ୟପ୍ରାଚ୍ୟ ଭଳି ଦେଶ ଭ୍ରମଣ କରିଥିଲେ। ଏହା ସହ ତାଙ୍କ ଲୋକପ୍ରିୟତା ପାଇଁ ଅନେକ ବ୍ରାଣ୍ଡ ଏବଂ ପର୍ଯ୍ୟଟନ ବୋର୍ଡ ତାଙ୍କ ସହିତ Collaborations କରିଥିଲେ।

ଆହୁରି ପଢ଼ନ୍ତୁ: Secret of PM Modi's Glowing Skin: ଉଜ୍ବଳ ତ୍ବଚାର ରହସ୍ୟ ପଚାରିଲେ କ୍ରିକେଟର ହରଲୀନ୍, ଏଭଳି ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

ଆହୁରି ପଢ଼ନ୍ତୁ: Typhoon Kalmaegi: ଫିଲିପାଇନ୍ସରେ କାଲମେଗୀର ତାଣ୍ଡବ, ଏପର୍ଯ୍ୟନ୍ତ ଗଲାଣି ୨୪୧ଜଣଙ୍କ ଜୀବନ