‘ଲୁପ୍ ଲପେଟା’ର ପୋଷ୍ଟର୍ ରିଲିଜ୍

Advertisment
‘ଲୁପ୍ ଲପେଟା’ର ପୋଷ୍ଟର୍ ରିଲିଜ୍

News Bugz

ତାପସୀ ପନ୍ନୁଙ୍କ ଅଭିନୀତ ‘ଲୁପ୍ ଲପେଟା’ର ପୋଷ୍ଟର ରିଲିଜ୍ ହୋଇଯାଇଛି। ତାପସୀ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟର୍‌ର ଫଟୋ ସେୟାର କରିବା ସହ ଚଳଚ୍ଚିତ୍ରର କିଛି ସଂଳାପ ସେଥିରେ ଉଲ୍ଲେଖ କରିଛନ୍ତି। ପୋଷ୍ଟରରେ ତାପସୀ ଏକ ଟଏଲେଟ୍‌ର ପାମ୍‌ରେ ବସିଥିବା ଦେଖିବାକୁ ମିଳୁଛି। ୧୯୯୮ ମସିହାରେ ନିର୍ମିତ ଜର୍ମାନ ଚଳଚ୍ଚିତ୍ର ‘ରନ୍ ଲୋଲା ରନ୍’ର ଏହା ରି-ମେକ୍। ତାପସୀ ଏହି ଚଳଚ୍ଚିତ୍ରରେ ସାଭି ଭୂମିକାରେ ନଜରରେ ଆସିବେ। ତାହିର୍ ଭସିନ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନୟ କରିବେ। ବର୍ତ୍ତମାନ ତାପସୀ ‘ରଶ୍ମି ରକେଟ୍’ ଚଳଚ୍ଚିତ୍ର ପାଇଁ ମୁମ୍ବାଇରେ ଶେଷ ପର୍ଯ୍ୟାୟ ସୁଟିଂରେ ବ୍ୟସ୍ତ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe