୨୦୧୮ର ସବୁଠାରୁ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ନାହାନ୍ତି ସଲମାନ୍‌ ଖାନ୍‌ , ଜାଣନ୍ତୁ କିଏ ଅଛନ୍ତି

Advertisment
୨୦୧୮ର ସବୁଠାରୁ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ନାହାନ୍ତି ସଲମାନ୍‌ ଖାନ୍‌ , ଜାଣନ୍ତୁ କିଏ ଅଛନ୍ତି

ମୁମ୍ବାଇ: ୨୦୧୮ର ସବୁଠାରୁ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶିତ ହୋଇଛି। ଅନୁସନ୍ଧାନରେ ଭାରତର ୬୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନିଆଯାଇଥିଲା। ଏଥିରେ ଅବଶେଷରେ ଭାରତର ୧୦ ଜଣ ସବୁଠାରୁ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକା ପ୍ରସ୍ତୁତ ହୋଇଛି।ଏଥିରେ ବଲିଉଡ କଳାକାରଙ୍କ ପଲା ଭାରି ରହିଛି।
ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏଥିରେ ସବୁଠାରୁ ଶୀର୍ଷ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ। ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦୀପିକା ପାଦୁକୋନ୍‌।

publive-image
ତୃତୀୟ ସ୍ଥାନରେ ରହିଛନ୍ତି ପ୍ରଖ୍ୟାତ କ୍ରିକେଟ୍‌ ତାରକା ମହେନ୍ଦ୍ର ସିଂହ ଧୋନି,ଚତୁର୍ଥ ପ୍ରଭାବଶାଳୀ ବ୍ୟକ୍ତି ଭାବେ ଏଥିରେ ସ୍ଥାନ ପାଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର। ପଞ୍ଚମ ସ୍ଥାନରେ ଅଛନ୍ତି ସୁପରଷ୍ଟାର ଅକ୍ଷୟ କୁମାର ଓ ଷଷ୍ଠ ସ୍ଥାନରେ ରହିଛନ୍ତି କ୍ରିକେଟର ବିରାଟ କୋହଲୀ। ଏହି ତାଲିକାରେ ସପ୍ତମ ସ୍ଥାନରେ ଅମୀର ଖାନ୍‌,ଅଷ୍ଟମ ସ୍ଥାନରେ ଶାହରୁଖ୍‌ ଖାନ୍‌,ନବମ ସ୍ଥାନରେ ଆଲିଆ ଭଟ୍ଟ ଏବଂ ଦଶମ ସ୍ଥାନରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଏହି ତାଲିକାରେ ସଲମାନ୍‌ ଖାନ୍‌ ନାହାନ୍ତି। ଏହି ସର୍ଭେରେ ୧୯୮୪ ଜଣ ଲୋକଙ୍କୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe