photo-cinejosh.com
ଆଜି ବାହୁବଲୀ ଓରଫ ପ୍ରଭାସ ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ମସିହା ଅକ୍ଟୋବର ୨୩ରେ ଜନ୍ମ ଗ୍ରହଣ କରିଥିଲେ । ଅନେକ ସମୟରେ ପ୍ରଭାସଙ୍କ ଆଫେଆରକୁ ନେଇ ଚର୍ଚ୍ଚା ଚାଲିଛି। ବେଶ କିଛି ଦିନ ହେବ ଶୁଣିବାକୁ ମିଳୁଛି ଯେ ଅନୁଷ୍କା ସେଟ୍ଟୀଙ୍କୁ ପ୍ରଭାସ ବିବାହ କରିବେ। କିନ୍ତୁ ଏହି ପ୍ରସଙ୍ଗରେ କିଛି ଦିନ ତଳେ ପ୍ରଭାସ ନିଜର ସ୍ପଷ୍ଟ ମତ ପୋଷଣ କରିଥିଲେ । ସେ ଦୁହେଁ କେବଳ ବନ୍ଧୁ ,ତା’ଠୁ କିଛି ବି ଅଧିକ ନୁହନ୍ତି।
ହେଲେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ପ୍ରକୃତରେ କିଏ ହେଉଛନ୍ତି ପ୍ରଭାସଙ୍କର ପ୍ରଥମ କ୍ରସ୍ କିଏ? ଏ ସଂପର୍କରେ ପ୍ରଭାସ କହିଛନ୍ତି ଯେ ତାଙ୍କ ସ୍କୁଲର ଶିକ୍ଷୟିତ୍ରୀ ହିଁ ଥିଲେ ପ୍ରଥମ କ୍ରସ୍। ତାଙ୍କ କହିବା ଅନୁଯାୟୀ ଉକ୍ତ ମହିଳାଙ୍କୁ ଦେଖିବାପରେ ତାଙ୍କର ପାଠ କିଛି ମନେ ରହୁନଥିଲା।
Follow Us