ପରସ୍ପର ଉପରେ ଦୋଷ ଲଦାଲଦି ହେଲେ ଅମିତାଭ ଓ ପ୍ରଭାସ

Advertisment
ପରସ୍ପର ଉପରେ ଦୋଷ ଲଦାଲଦି ହେଲେ ଅମିତାଭ ଓ ପ୍ରଭାସ

ନୂଆଦିଲ୍ଲୀ: ଅଭିନେତା ପ୍ରଭାସ, ଅମିତାଭ ବଚ୍ଚନ ଓ ଦୀପିକା ପାଦୁକୋନଙ୍କ ଷ୍ଟାରର ସିନେମା ‘କ୍ଲିକ ୨୮୯୮ ଏଡି’ର ରିଲିଜକୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।  ଏହି ସିନେମା ଜୁନ ୨୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ହେବାକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିସାରିଛି।

ମୁମ୍ବାଇରେ ଗତ ବୁଧବାର ସିନେମାର ପ୍ରି-ରିଲିଜ କାର୍ଯ୍ୟକ୍ରମ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ କମଲ ହାସନ ନଜର ଆସିଥିଲେ। ଏଥିରେ ପ୍ରଭାସ ଓ ଅମିତାଭଙ୍କ ମଜାଳିଆ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। ଏହାର  ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କାର୍ଯ୍ୟକ୍ରମକୁ ରାଣା ଦଗୁବାତୀ ଉପସ୍ଥାପନ କରୁଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଭାସ କହିଥିଲେ, ‘ମୁଁ ବିଗ ବିଙ୍କ ପାଦସ୍ପର୍ଶ କରିବାକୁ ଯେତେଥର ଚେଷ୍ଟା କରିଛି ସେ ସ୍ପର୍ଶ କରିବାକୁ ଦେଇନାହାନ୍ତି। ମୋ ହାତକୁ ଧରି ଅଟକାଇ ଦେଇଥାଆନ୍ତି। ’

ପ୍ରଭାସଙ୍କ ଏଭଳି କଥା ଶୁଣି ଅମିତାଭ ହସିହସି କହିଥିଲେ, ‘ପ୍ରଭାସ ମୋତେ ଦୋଷ ଦେଉଛନ୍ତି। ମୁଁ କହିବି  ସେ ବି ମୋ‌ତେ କେ‌ବେ ତାର ପାଦସ୍ପର୍ଶ କରିବାକୁ ଦେଇନାହିଁ। ଆଚ୍ଛା ଯଦି ମୁଁ ତାଙ୍କର ପାଦସ୍ପର୍ଶ କରେ ଏଥିରେ କ’ଣ ଅସୁବିଧା ରହିଛି ମୁଁ କିଛି ବୁଝି ପାରୁନାହିଁ। ଆପଣମାନେ ଦୟାକରି କହିବେ କି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe