ନୂଆଦିଲ୍ଲୀ: ରାମ ନବମୀ ଅବସରରେ ପ୍ରଭାସଙ୍କ ଫିଲ୍ମ 'ଆଦିପୁରୁଷ'ର ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟର ରିଲିଜ୍ ପାଇଁ ଦୀର୍ଘ ସମୟ ଧରି ପ୍ରସ୍ତୁତି ଚାଲିଥିଲା । ହେଲେ ପ୍ରଶଂସକମାନେ ଏହି ପୋଷ୍ଟରକୁ ଦେଖିବା ପରେ ଆଦୌ ବି ପସନ୍ଦ କରିନାହାନ୍ତି। ବିଶେଷ କରି ପ୍ରଭାସଙ୍କ ପ୍ରଶଂସକମାନେ ଏହି ପୋଷ୍ଟର ଦେଖି ବହୁତ ନିରାଶ ହୋଇଛନ୍ତି।
ଏହି ଚଳଚ୍ଚିତ୍ରରେ ପ୍ରଭାସ ରାମ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଅଭିନେତ୍ରୀ କ୍ରିତି ସାନନଙ୍କୁ ସୀତା ଚରିତ୍ରରେ ଦେଖିବାକୁ ମିଳିବ। ସେହିପରି ସନି ସିଂହ ଲକ୍ଷ୍ମଣଙ୍କ ଭୂମିକା ନିଭାଇଥିବା ବେଳେ ରାବଣ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ସୈଫ୍ ଅଲ୍ଲୀ ଖାନ୍। ହନୁମାନଙ୍କ ଚରିତ୍ରରେ ଦେଖିବାକୁ ମିଳିବେ ଦେବଦତ୍ତ ନାଗେ।
ଏହି ଚଳଚ୍ଚିତ୍ରଟି ମହାକାବ୍ୟ ରାମାୟଣର କାହାଣୀ ଉପରେ ଆଧାରିତ ଏବଂ ଆସନ୍ତା ଜୁନ୍ ୧୬ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ହେଲେ ଲାଗୁଛି ଯେ ପ୍ରଶଂସକମାନେ ଫିଲ୍ମର ପୋଷ୍ଟରକୁ ପସନ୍ଦ କରିନାହାଁନ୍ତି। ପ୍ରଶଂସକମାନେ ପୋଷ୍ଟରରେ ଅନେକ ତ୍ରୁଟି ପାଇଛନ୍ତି ଏବଂ ସମାଲୋଚନା କରିବା ବି ଆରମ୍ଭ କରି ଦେଇଛନ୍ତି।
ଜଣେ ପ୍ରଶଂସକ ପ୍ରଭାସଙ୍କୁ ଅନୁରୋଧ କରି ଲେଖିଛନ୍ତି, ‘ସାର୍, ଏହି ଫିଲ୍ମ ରିଲିଜ୍ କରନ୍ତୁ ନାହିଁ’। ପୋଷ୍ଟର୍ ରିଲିଜ୍ ହେବା ପରେ ପ୍ରଥମ ଥର ପାଇଁ ପ୍ରଭାସଙ୍କୁ ଏତେ ଅଧିକ ଟ୍ରୋଲ୍ ହେବାର ଦେଖିବାକୁ ମିଳୁଛି। ରିଲିଜ୍ ହୋଇଥିବା ପୋଷ୍ଟ୍ରେ କ୍ରିତି ସନନ୍ଙ୍କ ମୁହଁରେ ଏକ ଛାଇ ଦେଖିବାକୁ ମିଳିଥିବା ବେଳେ ଏଡିଟିଂକୁ ନେଇ ବି ଟ୍ରୋଲ୍ର୍ସ ପ୍ରଶ୍ନ ଉଠାଇଛନ୍ତି।
Follow Us