ବକ୍ସ ଅଫିସରେ ଫେଲ୍ ମାରିଲା ପ୍ରଭାସଙ୍କ ଫିଲ୍ମ 'ରାଧେ ଶ୍ୟାମ'

Advertisment
ବକ୍ସ ଅଫିସରେ ଫେଲ୍ ମାରିଲା ପ୍ରଭାସଙ୍କ ଫିଲ୍ମ 'ରାଧେ ଶ୍ୟାମ'

aajtak

ମୁମ୍ବାଇ: କରୋନା ପରଠାରୁ ସିନେମା ଘର ବନ୍ଦ ଥିବା ସହ କୌଣସି ଫିଲ୍ମ ରିଲିଜ୍ ହେଉନଥିଲା। ଫିଲ୍ମ 'ସାହୋ' ପରେ ସାଉଥ୍ ସୁପରଷ୍ଟାର ପ୍ରଭାସ ନିଜ ଫିଲ୍ମ 'ରାଧେ ଶ୍ୟାମ' ରିଲିଜ୍ ନେଇ‌ ଘୋଷଣା କରିଥିଲେ ବି କରୋନା ପାଇଁ ଏହା ରିଲିଜ୍ ହୋଇପାରିନଥିଲା। ଏବେ ଏହା ରିଲିଜ୍ ହୋଇସାରିଥିବା ବେଳେ ଦର୍ଶକଙ୍କୁ ସେତେଟା ପସନ୍ଦ ଆସୁନଥିବା ଦେଖାଯାଇଛି। ପ୍ରଥମ ଦିନର ଆୟକୁ ଦେଖି ଫିଲ୍ମ 'ରାଧେ ଶ୍ୟାମ' ବକ୍ସ ଅଫିସରେ ଫେଲ୍ ମାରିଥିବା କୁହାଯାଉଛି।

୩୫୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଫେଲ୍ ମାରିବ ବୋଲି କେହି କଳ୍ପନା କରି ନଥିବେ। ଖବର ଅନୁଯାୟୀ, ପ୍ରଥମ ଦିନରେ ଭଲ ରୋଜଗାର କରିବା ପରିବର୍ତ୍ତେ 'ରାଧେ ଶ୍ୟାମ' ଦର୍ଶକଙ୍କ ମନ କିଣିପାରିନାହିଁ। ଏହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷରେ ମାତ୍ର ୪.୫୦ କୋଟି ରୋଜଗାର କରିପାରିଛି। ​​ଫିଲ୍ମଟି ପ୍ରଥମ ଦିନରେ ୫-୬କୋଟି ଆୟ କରିବ ବୋଲି ସିନେ ସମୀକ୍ଷକମାନେ ଆକଳନ କରିଥିଲେ। ହେଲେ ପ୍ରଥମ ଦିନର ଆୟ ଏତେ କମ ହୋଇଥିବାରୁ ଫିଲ୍ମଟି ହିଟ୍ ହୋଇପାରିବ ନାହିଁ ବୋଲି କୁହାଯାଉଛି।

ସୂଚନା ମୁତାବକ, ୧୯୭୦ର ଉପନ୍ୟାସକୁ ନେଇ ନିର୍ମାଣ ହୋଇଛି ପ୍ରଭାସଙ୍କ ଅଭିନୀତ ବହୁଭାଷୀ ଚଳଚ୍ଚିତ୍ର ‘ରାଧେଶ୍ୟାମ’। ଏଥିରେ ପ୍ରଭାସଙ୍କ ବିପକ୍ଷର ନାୟିକା ସାଜିଛନ୍ତି ପୂଜା ହେଗ୍‌ଡେ। ୟୁଭି କ୍ରିଏଟିଭ୍ ପ୍ରଡକ୍ସନ୍ ଦ୍ବାରା ନିର୍ମିତ ‘ରାଧେଶ୍ୟାମ’ର ନିର୍ଦ୍ଦେଶନା ଦେଇଛନ୍ତି ରାଧା କ୍ରିଷ୍ଣ କୁମାର ଏବଂ ସମ୍ପାଦନା କରୁଛନ୍ତି କୋଟଗିରି ଭେଙ୍କଟେଶ୍ବର ରାଓ। ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ଭୂଷଣ କୁମାର, ଭାଷ୍ମୀ ଓ ପ୍ରମୋଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe