୫୦୦କୋଟିରେ ନିର୍ମିତ ‘ଆଦିପୁରୁଷ’ ରିଲିଜ ପୂର୍ବରୁ ୪୦୦କୋଟିରୁ ଅଧିକ ଟଙ୍କାର କଲା ରୋଜଗାର

Advertisment
୫୦୦କୋଟିରେ ନିର୍ମିତ ‘ଆଦିପୁରୁଷ’ ରିଲିଜ ପୂର୍ବରୁ ୪୦୦କୋଟିରୁ ଅଧିକ ଟଙ୍କାର କଲା ରୋଜଗାର

ମୁମ୍ବାଇ: ସାଉଥ ସିନେମାର ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ଜୁନ ୧୬ରେ ରିଲିଜ୍‌ ହେବ।

ରିଲିଜ ପୂର୍ବରୁ ସିନେମା ‘ଆଦିପୁରୁଷ’କୁ ନେଇ ଏକ ଖବର ଆସିଛି। ଏହି ଖବର ଅନୁଯାୟୀ ସିନେମାଟି ୫୦୦କୋଟି ଟଙ୍କା‌ରେ ନିର୍ମିତ ହୋଇଥିବା କୁହାଯାଉଥିବା ବେଳେ ଏହା ରିଲିଜ ପୂର୍ବରୁ ନିର୍ମାଣ ଖର୍ଚ୍ଚର ୮୫ ପ୍ରତିଶତ ହାସଲ କରି ଦେଇଥିବା ରିପୋର୍ଟ ମିଳିଛି। ଅର୍ଥାତ ‘ଆଦିପୁରୁଷ’ ରିଲିଜ ପୂର୍ବରୁ ୪୩୨ କୋଟି ଟଙ୍କା ରୋଜଗାର କରିସାରିଛି।

‘ଆଦିପୁରୁଷ’ ପ୍ରଥମେ ଅଗଷ୍ଟ ୧୧, ୨୦୨୨ରେ ମୁକ୍ତିଲାଭ କରିବାର ଥିଲା। ପରେ ଜାନୁଆରି ୨୦୨୩ ରିଲିଜ୍‌ ହେବ ବୋଲି କୁହାଯାଇଥିଲା। କିନ୍ତୁ ଫିଲ୍ମଟି ରିଲିଜ୍‌ ହୋଇପାରି ନ ଥିଲା। କିଛି ଦିନ ପୂର୍ବରୁ ଫିଲ୍ମର ଟିଜର ମୁକ୍ତିଲାଭ କରିଥିଲା। ଯାହାକି ଏବେ ଯାଏଁ ଚର୍ଚ୍ଚାରେ ରହିଛି।

‘ଆଦିପୁରୁଷ’ ଫିଲ୍ମରେ ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ସୈଫ ଅଲି ଖାନ ରାବଣ ଭୂମିକାରେ ନଜର ଆସିବେ। ସନ୍ନି ସିଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଛନ୍ତି ଏବଂ କ୍ରିତି ସାନନ ସୀତା ଭୂମିକାରେ ଅଭିନୟ କରିଛନ୍ତି। ଆଦିପୁରୁଷ ଫିଲ୍ମ ପାନ ଇଣ୍ଡିଆ ଫିଲ୍ମ ଭାବେ ରିଲିଜ ହେବ । ଅର୍ଥାତ ହିନ୍ଦୀ ସମେତ ଅନ୍ୟ କିଛି ଭାଷାରେ ମଧ୍ୟ ଏହି ଫିଲ୍ମ ରିଲିଜ ହେବ । ପ୍ରଥମଥର ପାଇଁ ପ୍ରଭାସ ଓ କ୍ରିତି ସେନନଙ୍କୁ ଏକାଠି ସ୍କ୍ରିନରେ ଦେଖିବାକୁ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe