ଖସିଲା ଆଦିପୁରୁଷ ଟିକେଟ୍‌ ଦର: ୧୫୦ ଟଙ୍କାରେ ସିନେମା ଦେଖିପାରିବେ ଦର୍ଶକ

Advertisment
ଖସିଲା ଆଦିପୁରୁଷ ଟିକେଟ୍‌ ଦର: ୧୫୦ ଟଙ୍କାରେ ସିନେମା ଦେଖିପାରିବେ ଦର୍ଶକ

zeenews.india.com

ନୂଆଦିଲ୍ଲୀ: ମହାକାବ୍ୟ ରାମାୟଣ ଉପରେ ଆଧାରିତ କାହାଣୀ ‘ଆଦିପୁରୁଷ’ର ଚାହିଦା ଧୀରେ ଧୀରେ କମିବାକୁ ଲାଗିଥିବା ବେଳେ ଏହାର ଟିକେଟ୍‌ ଦର ମଧ୍ୟ ହ୍ରାସ ପାଇଛି। ଏହି ୩ଡି ଭିଜୁଆଲ୍‌ ଫିଲ୍ମର ଟିକେଟ୍‌ ଦର ଏବେ ୧୫୦ ଟଙ୍କାରୁ ଆରମ୍ଭ ହୋଇଛି। ଦର୍ଶକଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଟିକେଟ୍‌ ଦରକୁ ହ୍ରାସ କରାଯାଇଛି।

ପ୍ରଥମ ପାଞ୍ଚ ଦିନ ମଧ୍ୟରେ ଫିଲ୍ମଟି ୩୯୫ କୋଟି ଟଙ୍କାର ଆୟ କରି ସାରିଲାଣି। ଗତ ଦୁଇ ଦିନରୁ ଟିକେଟ୍‌ ଦର ଯାହା ଥିଲା, ଏବେ ତାହାକୁ ହ୍ରାସ କରାଯାଇଥିବା ସୂଚନା ରହିଛି।

ତେବେ ରିଲିଜ୍‌ ପୂର୍ବରୁ  ଏହି ସିନେମା ପାଇଁ ବୁକିଂ ଆରମ୍ଭ ହୋଇସାରିଥିଲା। ରାଜଧାନୀ ଦିଲ୍ଲୀରେ ଏହି ଫିଲ୍ମର ଚାହିଦା ରହିଥିବା ବେଳେ  ଟିକେଟ୍‌ ଦର ୨୨୦୦ ଟଙ୍କା ବୋଲି ବୁକ୍‌ ମାଇଁ ସୋ’ରେ ଦେଖିବାକୁ ମିଳିଥିଲା। ସମସ୍ତ ସିନେମା ହଲ୍‌ରେ ନୁହେଁ, ରାଜଧାନୀ ଦିଲ୍ଲୀର ପିଭିଆର୍‌, ଆମ୍ବିଏନ୍ସ ମଲ୍‌ରେ ଟିକେଟ୍‌ ଦର ଆକାଶଛୁଆଁ ରହିଥିଲା।

ଅଗଷ୍ଟ ୨୦୨୦ରେ ଏହି ୩ଡି ଫିଚର ଫିଲ୍ମ ‘ଆଦିପୁରୁଷ’କୁ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ସିନେମାଟି ହିନ୍ଦୀ ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ରିଲିଜ୍‌ କରାଯାଇଛି।

“ଖରାପ ଉପରେ ଭଲର ବିଜୟ” ପାଳନ କରୁଥିବା ଏହି ଚଳଚ୍ଚିତ୍ରରେ ରାମାୟଣର କଥା ରହିଛି। ପୂର୍ବରୁ ଏହି ଫିଲ୍ମଟିର ପୋଷ୍ଟ୍‌ରରୁ ନେଇ ଟ୍ରେଲର୍‌ ପର୍ଯ୍ୟନ୍ତ ସବୁକୁ ନେଇ ଟ୍ରୋଲ୍ କରାଯାଉଥିଲା। ରିଲିଜ୍‌ ପରେ ଏଥରେ ଥିବା ଏକ ସଂଳାପକୁ ନେଇ ବିବାଦ ଉପୁଜିଥିବା ବେଳେ ଏବେ ତାହାକୁ ସିନୋମାରୁ ହଟାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe