ବାହୁବଳୀ ଓରଫ ପ୍ରଭାସ ଏବଂ ଓଲିଉଡ ସୁପରଷ୍ଟାର୍ ବାବୁସାନଙ୍କ ମଧ୍ୟରେ ଲଢ଼େଇ!

Advertisment
ବାହୁବଳୀ ଓରଫ ପ୍ରଭାସ ଏବଂ ଓଲିଉଡ ସୁପରଷ୍ଟାର୍ ବାବୁସାନଙ୍କ ମଧ୍ୟରେ ଲଢ଼େଇ!

ଭୁବନେଶ୍ବର :ଆଜି ହେଉଛି ବାହୁବଳୀ ଓରଫ ପ୍ରଭାସ ଏବଂ ଓଲିଉଡ ସୁପରଷ୍ଟାର୍ ବାବୁସାନଙ୍କ ମଧ୍ୟରେ ଲଢ଼େଇ ହେଉଛି। କହିବାର ତାତ୍ପର୍ଯ୍ୟ ହେଲା ଆଜି ଦୁଇଟି ପ୍ରତିଦ୍ବନ୍ଦ୍ବୀ ଚାନେଲରେ ସମାନ ସମୟରେ ପ୍ରସାରିତ ହେବାକୁ ଯାଉଛି ପ୍ରଭାସଙ୍କ ଅଭିନୀତ ‘ବାହୁବଳୀ’ ଏବଂ ବାବୁସାନଙ୍କ ଅଭିନୀତ ‘ଗୋଲମାଲ ଲଭ୍’।

Image result for bahubali

ଓଡ଼ିଶାର ଲୋକପ୍ରିୟ ଚ୍ୟାନେଲ୍ ‘ଜୀ ସାର୍ଥକ’ ଏଇ ଶାରଦୀୟ ସିନେ ଉତ୍ସବ ଅବସରରେ ଓଡ଼ିଶାର ଦର୍ଶକମାନଙ୍କୁ ଆଜି ଓଡ଼ିଆ ଭାଷାରେ ଭେଟି ଦେବାକୁ ଯାଉଛି ବହୁଚର୍ଚ୍ଚିତ ସୁପରହିଟ୍ ଚଳଚିତ୍ର ‘ବାହୁବଳୀ’। ଆଗରୁ ତେଲୁଗୁ, ତାମିଲ୍, ହିନ୍ଦୀ ଓ ମାଲାୟଲମ୍ ଭାଷାରେ ମୁକ୍ତିଲାଭ କରି ସାରିଥିବା ବେଳେ ଆଜି ସନ୍ଧ୍ୟା  ସାଢ଼େ ୬ଟାରେ ଏହା ପ୍ରଥମ ଥର ପାଇଁ ଓଡ଼ିଆରେ ଦର୍ଶକମାନଙ୍କ ପାଖରେ ପହଞ୍ଚିବ।ଏଥିରେ ଦକ୍ଷିଣୀ ସୁପର୍‌ଷ୍ଟାର ପ୍ରଭାସ, ରାଣା ଡଗୁବତି, ଅନୁଷ୍କା ସେଟ୍ଟି ଓ ତମନ୍ନା ଭାଟିଆ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

publive-image

ଅପରପକ୍ଷରେ ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଚ୍ୟାନେଲ୍ ତରଙ୍ଗରେ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଥମ ଥର ପାଇଁ ‘ଗୋଲମାଲ ଲଭ୍’ ପ୍ରଦର୍ଶିତ ହେଉଛି। ଏଥିରେ ବାବୁସାନ, ତମନ୍ନା,ବିଜୟ ମହାନ୍ତି ଏବଂ ଶ୍ରୀତମ୍ ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ଏଣୁ ବାବୁସାନ୍ ବନାମ ପ୍ରଭାସ ଲଢ଼େଇରେ କିଏ ବାଜିମାତ କରୁଛନ୍ତି , କେଉଁ ସିନେମାକୁ ଛୋଟ ପରଦାରେ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି ,ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe