ପ୍ରଭାସଙ୍କ ଓଜନ ଅଧିକ ହେତୁ ଅଟକିଲା 'ସାଲାର'ର ସୁଟିଂ, ନିର୍ଦ୍ଦେଶକ ରଖିଲେ ଏଭଳି ସର୍ତ୍ତ

Advertisment
ପ୍ରଭାସଙ୍କ ଓଜନ ଅଧିକ ହେତୁ ଅଟକିଲା 'ସାଲାର'ର ସୁଟିଂ, ନିର୍ଦ୍ଦେଶକ ରଖିଲେ ଏଭଳି ସର୍ତ୍ତ

thehansindia

ମୁମ୍ବାଇ: ବହୁ ଚର୍ଚ୍ଚିତ ଫିଲ୍ମ 'ବାହୁବଳୀ'ର ହିରୋ ପ୍ରଭାସଙ୍କ ଦୁଇଟି ଫିଲ୍ମ ଫ୍ଲପ୍ ହେବା ପରେ ଏବେ ଫିଲ୍ମ 'ସାଲାର'କୁ ନେଇ ଅନେକ ଆଶା ରଖିଛନ୍ତି ପ୍ରଶଂସକ। 'ସାଲାର'ର ନିର୍ଦ୍ଦେଶନା କେଜିଏଫର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ଦେଉଥିବା ବେଳେ ଏବେ ଫିଲ୍ମର ସୁଟିଂକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରଭାସଙ୍କ ବର୍ଦ୍ଧିତ ଓଜନ ପାଇଁ ଏବେ ପ୍ରଶାନ୍ତଙ୍କୁ 'ସାଲାର'ର ସୁଟିଂକୁ ଅଧାରୁ ଅଟକାଇବାକୁ ପଡ଼ିଥିବା ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମ ଅନୁସାରେ, ପ୍ରଭାସଙ୍କ ଆଗରୁ ଓଜନକୁ ନେଇ ଥିବା ସମସ୍ୟା ଏବେ ପୁଣି ଆରମ୍ଭ ହୋଇଛି। ପୂର୍ବରୁ ରିଲିଜ୍ ହୋଇଥିବା 'ରାଧେ ଶ୍ୟାମ' ଫିଲ୍ମର ସୁଟିଂ ସମୟ‌ରେ ମଧ୍ୟ ପ୍ରଭାସଙ୍କ ଓଜନ ବଢ଼ିଥିଲା। ହେଲେ ତାଙ୍କୁ ସିଜିଆଇ କୌଶଳ ଜରିଆରେ ପରଦାରେ ପତଳା କରି ଦେଖା ଯାଇଥିଲା। ଏହି ଫିଲ୍ମର ପ୍ରମୋସନ ସମୟରେ, ପ୍ରଭାସଙ୍କ ବର୍ଦ୍ଧିତ ଓଜନ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଏହି ବର୍ଦ୍ଧିତ ଓଜନ ପାଇଁ ଫିଲ୍ମ 'ସାଲାର'ର ସୁଟିଂ ଅଟକିଛି।

କାରଣ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ, ସିଜିଆଇ କୌଶଳ ବ୍ୟବହାର ନକରି ପ୍ରଭାସଙ୍କୁ ଓଜନ କମ କରିବା ପାଇଁ କହିଛନ୍ତି। ସେ ଚାହାଁନ୍ତି କି ପ୍ରଭାସ ତାଙ୍କ ଓଜନ ହ୍ରାସ କରନ୍ତୁ ଏବଂ ପୂର୍ବ ଭଳି ଦେଖାଯାନ୍ତୁ । ଏହା ପରେ ହିଁ ପ୍ରଭାସ ଫିଲ୍ମର ସୁଟିଂକୁ ଫେରିପାରିବେ । ପ୍ରଭାସଙ୍କ ଏକ ନୂଆ ଲୁକ୍ ପ୍ରଶଂସକଙ୍କ ସାମ୍ନାକୁ ଆସୁ ବୋଲି ଚାହୁଁଛନ୍ତି ପ୍ରଶାନ୍ତ। ଏଥିପାଇଁ ପ୍ରଭାସଙ୍କୁ ସମୟ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe