ମହାନାୟକଙ୍କ ସହ କାମ କରିବେ ପ୍ରଭାସ

Advertisment
ମହାନାୟକଙ୍କ ସହ କାମ କରିବେ ପ୍ରଭାସ

CineJosh

ମହାନାୟକ ଅମିତାଭ ବଚ୍ଚନଙ୍କ ସହ କାମ କରିବା ବଲିଉଡ୍‌ର ପ୍ରତିଟି ଅଭିନେତାଙ୍କ ଏକ ବଡ଼ ସ୍ବପ୍ନ। ବାହୁବଳୀ ଫେମ୍‌ ପ୍ରଭାସଙ୍କର ଏଭଳି ଏକ ସ୍ବପ୍ନ ସାକାର ହେବାକୁ ଯାଉଛି। ଏକାଠି ଗୋଟିଏ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ ଏହି ଦୁଇ ବଡ଼ ଚେହେରା। ଏ ନେଇ ନିଜେ ପ୍ରଭାସ ଖବର ଦେଇଛନ୍ତି। ଏକ ଭିଡିଓରେ ବିଗ୍‌ ବିଙ୍କର ଅନେକ ଚଳଚ୍ଚିତ୍ରର ଦୃଶ୍ୟକୁ କୋଲାଜ୍‌ କରି ପ୍ରଭାସ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ, ଏହାର ଶିରୋନାମାରେ ଲେଖିଥିଲେ, ‘ଶେଷରେ ମୋ ସ୍ବପ୍ନ ସତ ହେବାକୁ ଯାଉଛି। ମହାନାୟକଙ୍କ ସହ ମୋତେ କାମ କରିବାର ସୁଯୋଗ ମିଳିବ। ନମସ୍କାରମ୍‌ ବିଗ୍‌ ବି।’ ପ୍ରକାଶ ଥାଉ କି, ନିର୍ଦ୍ଦେଶକ ନାଗ ଅଶ୍ୱିନ ଅଭିନେତା ପ୍ରଭାସ ଓ ଦୀପିକା ପାଦୁକୋନ୍‌ଙ୍କୁ ନେଇ ଏକ ଚଳଚ୍ଚିତ୍ର ସଂପର୍କରେ ନିକଟରେ ଘୋଷଣା କରିଥିଲେ। ସଦ୍ୟତମ ଖବର ଅନୁସାରେ ଅଶ୍ୱିନଙ୍କ ଏହି ଅପ୍‌କମିଙ୍ଗ ଫିଲ୍ମରେ ଅମିତାଭ ମଧ୍ୟ କାମ କରିବେ। ଏହି ଫିଲ୍ମର ଟାଇଟଲ ଚୂଡ଼ାନ୍ତ ହୋଇନଥିବା ବେଳେ ଏହାକୁ ‘ପ୍ରଭାସ-୨୧’ ଭାବେ ସମ୍ବୋଧନ କରାଯାଉଛି। ବୈଜୟନ୍ତୀ ମୁଭିଜ୍‌ ଏହାର ପ୍ରଯୋଜନା ଦାୟିତ୍ୱରେ ରହିଛି। ଫିଲ୍ମଟି ୨୦୨୨ରେ ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ। ଏହାଛଡ଼ା ଅମିତାଭ ଆଗକୁ ଆୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ ଓ ନାଗରାଜ ମଞ୍ଜୁଲେଙ୍କ ଫିଲ୍ମ ‘ଝୁଣ୍ଡ’ରେ ଦେଖିବାକୁ ମିଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe