କେବେ ଖୋଲିବ ନାୟକ ପ୍ରଦୀପଙ୍କ ‘ପ୍ରେମ ଏଟିଏମ୍‌’?

Advertisment
କେବେ ଖୋଲିବ ନାୟକ ପ୍ରଦୀପଙ୍କ ‘ପ୍ରେମ ଏଟିଏମ୍‌’?

ଭୁବନେଶ୍ବର: ନାୟକ ପ୍ରଦୀପ ପୁଣି କେବେ ବଡ଼ ପରଦାରେ ଦେଖା ଦେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।  ଇତି ମଧ୍ୟରେ ସେ ଦୁଇଟି ଓଡ଼ିଆ ସିନେମା ‘କିଏ ଦବ ଟକ୍କର’ ଓ ‘ବୋବାଲ୍‌ ଟୋକା’ରେ ନାୟକ ଭାବେ ଅଭିନୟ କରିସାରିଛନ୍ତି। ଏଥିମଧ୍ୟରୁ ପ୍ରଥମଟିରେ ପ୍ରଦୀପଙ୍କ ନାୟିକା ଥିଲେ ପତ୍ରାଲି ଓ ଆରଟିରେ ତପସ୍ୟାଙ୍କ ସହ ନଜର ଆସିଥିଲେ ସେ। ଏଦୁଇଟି ସିନେମା ଲାଗି କିନ୍ତୁ ବିଶେଷ ଚର୍ଚ୍ଚା ସାଉଁଟି ନଥିଲେ ପ୍ରଦୀପ।

ତେବେ ସେ ଯାହା ହେଉନା କାହିଁକି ଏବେ ତାଙ୍କର ତୃତୀୟ ସିନେମା ବେଶ କିଛି ଦିନ ହେବ ରିଲିଜ୍ ହେବ ବୋଲି ଶୁଣିବାକୁ ମିଳୁଥିଲେ ବି ଏଯାଏଁ ତାହା ପରଦାକୁ ଆସିପାରିନାହିଁ। ଏହି ନୂଆ ଓଡ଼ିଆ ସିନେମାର ନାଆଁ ହେଲା  ‘ପ୍ରେମ ଏଟିଏମ୍‌’। ଏଥିରେ ଜଣାଶୁଣା ନାୟିକା ଦିବ୍ୟାଦିଶାଙ୍କ ନାୟକ ହେଲେ ପ୍ରଦୀପ।

publive-image image source-facebook

୨୦୧୮ରେ ରିଲିଜ୍‌ ହୋଇଥିବା ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଜରିଆରେ ଓଲିଉଡର ଚୁଲୁବୁଲି ନାୟିକା ଦିବ୍ୟାଦିଶା ମହାନ୍ତି ଏଣ୍ଟ୍ରି ନେଇଥିଲେ। ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି। ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ  ବ୍ୟାନରରେ ନିର୍ମିତ ଏହି ସିନେମାରେ ଦିବ୍ୟାଦିଶାଙ୍କୁ ଓଲିଉଡର ସୁପରଷ୍ଟାର ବାବୁସାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ଦିବ୍ୟାଦିଶା ପ୍ରଭାବଶାଳୀ ଅଭିନୟ କରି ଚର୍ଚ୍ଚିତା ହୋଇଥିଲେ। ଏହାପରେ ଦିବ୍ୟାଦିଶାଙ୍କୁ  ‘ତୁ କହିଦେ ଆଇ ଲଭ୍ ୟୁ’, ‘ମିଷ୍ଟର ମଜନୁ’ ଏବଂ ବାଳ –ଦ ରିଦିମ୍ ଅଫ୍ ଲଭ୍’ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି।

ଏହାଛଡ଼ା ‘ମୂଷା ମୋର ରଜନୀକାନ୍ତ’ର ନାୟିକା ଲିପିକା ସେନାପତିଙ୍କୁ ବି ଏଥିରେ ଦେଖିବାକୁ ପାଇବେ ଦର୍ଶକ।  ସୁଧାଂଶୁ ମୋହନ ସାହୁ ହେଲା  ‘ପ୍ରେମ ଏଟିଏମ୍‌’ର ନିର୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe