ନୂଆ ଚଳଚ୍ଚିତ୍ର ଚଳଚ୍ଚିତ୍ର ‘ଆଶ୍ରମ’କୁ ନେଇ ବିବାଦ; ଦର୍ଶକ ମହଲରୁ ନାରା ଶୁଭିଲାଣି- ପ୍ରକାଶ, ବବି ମୁର୍ଦ୍ଦାବାଦ

Advertisment
ନୂଆ ଚଳଚ୍ଚିତ୍ର ଚଳଚ୍ଚିତ୍ର ‘ଆଶ୍ରମ’କୁ ନେଇ ବିବାଦ; ଦର୍ଶକ ମହଲରୁ ନାରା ଶୁଭିଲାଣି- ପ୍ରକାଶ, ବବି ମୁର୍ଦ୍ଦାବାଦ

ମୁବ୍ବାଇ:  ହିପ୍ ହିପ୍ ହୁର୍‌ରେ, ଦାମୁଲ୍, ଲୁକିଙ୍ଗ୍ ବ୍ୟାକ୍, ପରିଣୀତି, ମୃତ୍ୟୁଦଣ୍ଡ, ଗଙ୍ଗାଜଲ, ଲୋକନାୟକ, ଅପହରଣ, ରାଜନୀତି, ୟେ ଶାଲୀ ଜିନ୍ଦେଗୀ, ଆରକ୍ଷଣ, ଚକ୍ରବ୍ୟୂହ, ସତ୍ୟାଗ୍ରହ, ପରୀକ୍ଷା। ଏମିତି ଅନେକ ସାମ୍ପ୍ରତିକ ବିଷୟବସ୍ତୁ ଆଧାରରେ ସିନେମା କରିଥିବା ନିର୍ଦ୍ଦେଶକ ପ୍ରକାଶ ଝା ଏବେ ଏବେ ନିର୍ମାଣ କରୁଛନ୍ତି ଚଳଚ୍ଚିତ୍ର ‘ଆଶ୍ରମ’। ଯଦିଓ ଏହା ଡିଜିଟାଲ ପ୍ଲାଟ୍‌ଫର୍ମରେ ପ୍ରଦର୍ଶିତ ହେବ, ହେଲେ ଏଇ ସିରିଜ୍‌ର ତୃତୀୟ ସିଜିନ୍ ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ସୁଟିଂ ଚାଲିଛି।

ଗୁରୁଙ୍କ ପାଇଁ ଚର୍ଚ୍ଚ ନା ମଦ୍ରାସା; କେଉଁଠି ସିନେମାର ସୁଟିଂ ହେବ, ନିର୍ଦ୍ଦେଶକ ପ୍ରକାଶ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି। ଏତିକିବେଳେ ବବି ନିଜ ଭାଇ ସନ୍ନି ଦେଓଲ୍‌ଙ୍କ ସିନେମା ‘ବଜରଙ୍ଗ ଦାଲ୍’କୁ ମନେ ପକାଇଛନ୍ତି। ଏପା‌େଖ ସିନେମା ନିର୍ମାଣ ସହ ସଂପୃକ୍ତ ଲୋକମାନେ ଅଡ଼ିବସିଛନ୍ତି ଯେ ଯେହେତୁ ସିନେମାଟିର ବିଷୟବସ୍ତୁ ହିନ୍ଦୁ ଧର୍ମ ଉପରେ ଆଧାରିତ, ଏଥିରେ କିଛି ପରିବର୍ତ୍ତନ ଅଣାଯାଉ। କାରଣ ଦର୍ଶକ ମହଲରୁ ନାରା ଶୁଭିଲାଣି ‘ପ୍ରକାଶ ଝା ମୁର୍ଦ୍ଦାବାଦ’ ଏବଂ ‘ବବି ଦେଓଲ୍ ମୁର୍ଦ୍ଦାବାଦ’। ବରିଷ୍ଠ ପୋଲିସ ଅଫିସର ଇର୍ସାଦ ୱାଲି ମଧ୍ୟ ଏଇ ଚଳଚ୍ଚିତ୍ରର ବିଷୟବସ୍ତୁ ଉପରେ ଅଭିଯୋଗ କରି ନିର୍ଦ୍ଦେଶକ ପ୍ରକାଶ ଝା’ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe