କଙ୍ଗନାଙ୍କୁ ପ୍ରକାଶ ରାଜଙ୍କ ବ୍ୟଙ୍ଗ

Advertisment
କଙ୍ଗନାଙ୍କୁ ପ୍ରକାଶ ରାଜଙ୍କ ବ୍ୟଙ୍ଗ

Gulte

କଙ୍ଗନା ନିଜକୁ ରାଣୀ ଲକ୍ଷ୍ମୀବାଇଙ୍କ ସହ ତୁଳନା କରିବା ପରେ ଆଜି ଅଭିନେତା ପ୍ରକାଶ ରାଜ ଏହାର ବ୍ୟଙ୍ଗ କରିଛନ୍ତି। ସେ ଶାହରୁଖ୍‌ ଖାନ୍‌, ଆମିର ଖାନ୍‌, ହ୍ରିତିକ୍‌ ରୋଶନ୍‌, ଅଜୟ ଦେବଗନ୍‌, ବିବେକ ଓବରଏ, ଦୀପିକା ପାଦୁକୋନ ଆଦିଙ୍କର ଯଥାକ୍ରମେ ସମ୍ରାଟ ଅଶୋକ, ମଙ୍ଗଲପାଣ୍ଡେ, ଆ‌କବର, ଭଗତ ସିଂହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଣୀ ପଦ୍ମାବତୀଙ୍କ ରୂପରେ ଏକ କୋଲାଜ୍‌ ଫଟୋ କରି ଟ୍ବିଟ୍‌ କରିଛନ୍ତି। ଏଥିସହ ଲେଖିଛନ୍ତି, ଯଦି ଗୋଟିଏ ଚଳଚ୍ଚିତ୍ର କଙ୍ଗନାଙ୍କୁ ରାଣୀ ଲକ୍ଷ୍ମୀବାଇ କରି ଦେଲା ତେବେ ଶାହରୁଖ୍‌ ହେଉଛନ୍ତି ସମ୍ରାଟ ଅଶୋକ, ଆମିର ଖାନ୍‌ ହେଉଛନ୍ତି ମଙ୍ଗଲପାଣ୍ଡେ, ହ୍ରିତିକ୍‌ ରୋଶନ୍‌ ହେଉଛନ୍ତି ଆ‌କବର, ଅଜୟ ଦେବଗନ୍‌ ହେଉଛନ୍ତି ଭଗତ ସିଂହ, ବିବେକ ହେଉଛନ୍ତି ନରେନ୍ଦ୍ର ମୋଦୀ ଓ ଦୀପିକା ହେଉଛନ୍ତି ରାଣୀ ପଦ୍ମାବତୀ। ପ୍ରକାଶଙ୍କ ଏଭଳି କଟାକ୍ଷରେ କଙ୍ଗନାଙ୍କ ଅନେକ ପ୍ରଶଂସକ କ୍ଷୁବ୍ଧ ହୋଇଛନ୍ତି। ଅନେକ ଟ୍ବିଟର୍‌ ବ୍ୟବହାରକାରୀ ଲେଖିଛନ୍ତି, ସମ୍ମାନନୀୟ ପ୍ରକାଶଜୀ, କଙ୍ଗନାଙ୍କର କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି। ଆପଣଙ୍କ ପାଇଁ ହୁଏତ ଏହା ସାଧାରଣ କଥା ହୋଇଥାଇ ପାରେ। କିନ୍ତୁ କଙ୍ଗନା ନିଜ ପରିଶ୍ରମ ଓ କଷ୍ଟରେ ଠିଆ କରିଥିବା କାର୍ଯ୍ୟାଳୟକୁ ବିଏମ୍‌ସି ଚୁର୍‌ମାର୍‌ କରିଦେଇଛି। କାର୍ଯ୍ୟାଳୟ ବନ୍ଦ ଯୋଗୁଁ କେତେ କର୍ମଚାରୀ ନିଜ ଜୀବିକା ହରାଇଥିଲେ ଆପଣ ଜାଣିପାରୁଛନ୍ତି ତ? ତାଙ୍କ ଦୁଃଖ ବୁଝିବାକୁ ଚେଷ୍ଟା କରନ୍ତୁ ବୋଲି ପ୍ରକାଶ ରାଜଙ୍କୁ ପ୍ରଶଂସକମାନେ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe