'ଅବୀର ଗୁଲାଲ୍' ରିଲିଜ୍ ହେବା ଉଚିତ୍: ପ୍ରକାଶ ରାଜ୍

Advertisment
thyejwhdjk

ନୂଆଦିଲ୍ଲୀ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ପ୍ରକାଶ ରାଜ୍ ତାଙ୍କର ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଟ୍ୱିଟ୍ ଏବଂ ଭିଡିଓ ବିବାଦରେ ରହିବା ସହ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ। ଏବେ ଅଭିନେତାଙ୍କର ଆଉ ଏକ ବୟାନ ଆସିଛି ଯାହା ସବୁଠି ଚର୍ଚ୍ଚାରେ ରହିଛି। ପ୍ରକାଶ ରାଜ୍ ଭାରତରେ ସେନ୍ସରସିପ୍ ଏବଂ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ବ୍ୟାନ୍ ହୋଇସାରିଥିବା ଚଳଚ୍ଚିତ୍ର 'ଅବୀର ଗୁଲାଲ' ଉପରେ ନିଜର ମତ ପ୍ରକାଶ କରିଛନ୍ତି।

ପ୍ରକାଶ ରାଜ୍ ଲଲନଣ୍ଟପ୍‌କୁ ସାକ୍ଷାତକାର ଦେଇ କହିଛନ୍ତି ଯେ, "ମୁଁ କୌଣସି ଫିଲ୍ମକୁ ବ୍ୟାନ୍ କରିବା କରିବା ସପକ୍ଷରେ ନୁହେଁ। ଯେ କୌଣସି ପ୍ରକାରର ଚଳଚ୍ଚିତ୍ର ହେଲେ ବି ଆପଣ ଏହାର ମୁକ୍ତିଲାଭକୁ କରିପାରିବେ ନାହିଁ। ଫିଲ୍ମ ରିଲିଜ୍ କର ଏବଂ ଦର୍ଶକଙ୍କୁ ନିଷ୍ପତ୍ତି ନେବାକୁ ଦିଅ। ଯଦି ଫିଲ୍ମରେ ପର୍ଣ୍ଣୋଗ୍ରାଫି କିମ୍ବା ଶିଶୁ ନିର୍ଯାତନା ଭଳି ଦୃଶ୍ୟ ରହିଛି, ତେବେ ଆପଣ ସେହି ଫିଲ୍ମକୁ ବ୍ୟାନ୍ କରିପାରିବେ, ଅନ୍ୟଥା ନୁହେଁ। ଆଜିର ସମୟରେ, ଅନେକ ବ୍ୟକ୍ତି ଛୋଟ ଛୋଟ ଜିନିଷକୁ ନେଇ ବିବାଦ ଆରମ୍ଭ କରୁଛନ୍ତି। ଦୀପିକା ପାଦୁକୋଣଙ୍କ ଫିଲ୍ମର ଏକ ଗୀତ(ବେସରମ୍ ରଙ୍ଗ୍)ରେ, ଲୋକମାନେ କେବଳ ତାଙ୍କ ପୋଷାକର ରଙ୍ଗ ପାଇଁ ରାଗି ଯାଇଥିଲେ। କିଛି ଦୀପିକା ପାଦୁକୋଣଙ୍କ ନାକ କାଟିଦେବି କହିଥିଲେ ତ କିଛି ଲୋକ ତାଙ୍କ ତାଙ୍କ ମୁଣ୍ଡ କାଟିଦେବି ବୋଲି କହିଥିଲେ। ସରକାର ସେମାନଙ୍କୁ ଏହା କରିବାରେ ସମର୍ଥନ କରୁଛନ୍ତି ବୋଲି ସେମାନେ ଏଭଳି ଧମକ ଦେଉଛନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe