ଯଦି ଗୋଟାଏ ଚଳଚ୍ଚିତ୍ର କରି କଙ୍ଗନା ରାଣୀ ଲକ୍ଷ୍ମୀବାଇ ହୋଇଗଲେ, ତାହାଲେ ଏମାନେ...

Advertisment
ଯଦି ଗୋଟାଏ ଚଳଚ୍ଚିତ୍ର କରି କଙ୍ଗନା ରାଣୀ ଲକ୍ଷ୍ମୀବାଇ ହୋଇଗଲେ, ତାହାଲେ ଏମାନେ...

Navbharat Times

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କର ‘କୁଇନ୍‌’ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କର ଥଟ୍ଟା କରିଛନ୍ତି ଅଭିନେତା ପ୍ରକାଶ ରାଜ। ସେ ତାଙ୍କ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ଏକ ଫଟୋ ସେୟାର୍‌ କରି ଲେଖିଛନ୍ତି, ‘ଯଦି କଙ୍ଗନା ଗୋଟାଏ ଚଳଚ୍ଚିତ୍ର କରି ନିଜକୁ ରାଣୀ ଲକ୍ଷ୍ମୀବାଇ ଭାବି ଦଉଛନ୍ତି ତେବେ ଦୀପିକା ହେଉଛନ୍ତି ରାଣୀ ପ୍ରଦ୍ମାବତୀ, ହ୍ରିତିକ ରୋଶନ ହେଉଛନ୍ତି ଆକବର୍‌, ଶାହାରୁଖ୍‌ ଖାନ ହେଉଛନ୍ତି ରାଜା ଅଶୋକ, ଅଜୟ ଦେବଗନ୍‌ ହେଉଛନ୍ତ ଭଗତ ସିଂ, ଆମୀର ଖାନ ହେଉଛନ୍ତି ମଙ୍ଗଲ୍‌ ପାଣ୍ଡେ ଓ ବିବେକ୍‌ ଓବରାଏ ହେଉଛନ୍ତି ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।’ ସେ ତାଙ୍କ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ଏହି ଅଭିନେତା ଓ ଅଭିନେତ୍ରୀମାନଙ୍କର ଏକ କୋଲାଜ ଫଟୋ ସେୟାର୍‌ କରି ଏପରି ଲେଖିଛନ୍ତି।

ପ୍ରକାଶ ରାଜଙ୍କର ଏପରି ପୋଷ୍ଟ୍‌ରେ କଙ୍ଗନାଙ୍କ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ‘ପ୍ରକାଶ ଜୀ ଆପଣଙ୍କ କଷ୍ଟ ଅର୍ଜିତ ଅର୍ଥରେ ହୋଇଥିବା ଘରକୁ ଯଦି ଭାଙ୍ଗି ଦିଆଯାଏ ତେବେ ଆପଣଙ୍କ ଉପରେ କେମିତି ବିତିବି? ଅନ୍ୟ ଉପରେ ବିତିଛି ବୋଲି ଚଳଚ୍ଚିତ୍ରର ଚରିତ୍ରମାନଙ୍କ ସହ ଆପଣ ତୁଳନା କରୁଛନ୍ତି।’

ଅନ୍ୟ ଜଣେ କଙ୍ଗନାଙ୍କ ସମର୍ଥକ ଲେଖିଛନ୍ତି , ‘ସାର୍, ବ୍ୟକ୍ତିଗତ ଭାବରେ ମୁଁ ବିଶ୍ୱାସ କରେ ଯେ ଆପଣ ଜଣେ ପ୍ରକୃତ ମଣିଷ ବୋଲି। ମାତ୍ର ଏହି କ୍ଷେତ୍ରରେ ମୁଁ ଆପଣଙ୍କ ସହ ଏକମତ ନୁହେଁ। କଙ୍ଗନା ନିଜର ସମ୍ପତ୍ତି ହରାଇଛନ୍ତି, ଅଫିସ୍‌ ହରାଇଛନ୍ତି। ଥରେ ଭାବନ୍ତୁ ତ ବର୍ତ୍ତମାନର ମହାମାରୀ ସମୟ‌ର  କେତେ ଲୋକ କାମ ହରାଇଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe