ଏମ୍‌ଟିଭିରେ ପ୍ରସାରିତ ଲୋକପ୍ରିୟ ରିଅଲିଟି ଶୋ’ ଏସ୍ ଅଫ୍‌ ସ୍ପେସ୍’ର ଦ୍ବିତୀୟ ସ˚ସ୍କରଣରେ ପ୍ରକୃତି

Advertisment
ଏମ୍‌ଟିଭିରେ ପ୍ରସାରିତ ଲୋକପ୍ରିୟ ରିଅଲିଟି ଶୋ’ ଏସ୍ ଅଫ୍‌ ସ୍ପେସ୍’ର ଦ୍ବିତୀୟ ସ˚ସ୍କରଣରେ ପ୍ରକୃତି

ଭୁବନେଶ୍ବର: ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସଫଳତାରେ ଆଉ ଏକ ଫର୍ଦ ଯୋଡ଼ି ହୋଇଛି। ବିକାଶ ଗୁପ୍ତାଙ୍କ ପ୍ରଯୋଜିତ ତଥା ଏମ୍‌ଟିଭିରେ ପ୍ରସାରିତ ଲୋକପ୍ରିୟ ରିଅଲିଟି ଶୋ’ ଏସ୍ ଅଫ୍‌ ସ୍ପେସ୍’ର ଦ୍ବିତୀୟ ସ˚ସ୍କରଣରେ ସେ ପ୍ରବେଶ କରିଛନ୍ତି। ଏହା ‘ବିଗ୍‌ ବସ’ ସଦୃଶ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ। ପ୍ରକୃତିଙ୍କ ସହିତ ଦେଶର ବିଭିନ୍ନ ଅଞ୍ଚଳରୁ ମୋଟ ଅଠର ଜଣ ପ୍ରତିଯୋଗୀ ଏଥିରେ ଅ˚ଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧୢମରେ ପ୍ରକୃତି ନିଜର ସୌନ୍ଦର୍ଯ୍ୟ ସହିତ ବୁଦ୍ଧିମତା ଓ ପ୍ରତିଭାକୁ ପ୍ରମାଣିତ କରିବାର ସୁଯୋଗ ପାଇବେ। ପ୍ରକୃତିଙ୍କ କଳାକାର ଜୀବନରେ ଏହା ଏକ ବଡ଼ ଉପଲବ୍‌ଧି। ନିଜର ଭବିଷ୍ୟତ ସ୍ବପ୍ନ ସାକାର ହେବା ଦିଗରେ ଏହା ସହାୟକ ହେବା ନେଇ ସେ ଆଶାବାଦୀ।

ନୃତ୍ୟ, ଗୀତ ଓ ଅଭିନୟ ଦୁନିଆ ସହ ପିଲାଟି ଦିନରୁ ପ୍ରକୃତି ଜଡ଼ିତ। ପାଞ୍ଚ ବର୍ଷ ବୟସରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ‘ସାବତ ମା’ ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବେ ପ୍ରଥମେ ସେ ପରଦାକୁ ଆସିଥିଲେ। ‘ଶାଶୁଘର ଚାଲିଯିବି’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ୨୦୦୮ରେ ତାଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ନାୟିକା ଭାବେ ଅଭିନୟ କରିଥିବା ପ୍ରକୃତିଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ଥୁକୁଲ’। ଦଶରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ଛୋଟ ପରଦାରେ ପ୍ରସାରିତ ଧାରାବାହିକ, ଏକାଧିକ ରିଅଲିଟି ଶୋ’ ତଥା ଆଲ୍‌ବମ୍‌ ଜଗତରେ  ଜଣେ ଜଣାଶୁଣା କଳାକାର।

Image result for bitti business wali photo-zee5

ଓଡ଼ିଆ ଚଳଚ୍ଚିତ୍ର ‘ହ୍ୟାଲୋ ଆରସି’ରେ ନିଖୁଣ ଅଭିନୟ ପାଇଁ ୨୦୧୮ରେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ହିନ୍ଦୀ ଧାରାବାହିକ ‘ବିଟି ବିଜିନେସ୍‌ ଵାଲି’ରେ ଅଭିନୟ କରି ଦର୍ଶକଙ୍କ ନିକଟରେ ଜଣେ ଜାତୀୟସ୍ତରୀୟ ଟେଲିଭିଜନ୍‌ କଳାକାର ଭାବେ ପ୍ରକୃତି ନିଜର ଛାପ ଛାଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe