ଯେଉଁମାନେ ପରିବାର ନୁହନ୍ତି ତାଙ୍କୁ ଡାକି ନଥିଲୁ; ପ୍ରତୀକଙ୍କ ପରିବାରକୁ ଡକାନଯିବା ଉପରେ ପ୍ରତିକ୍ରିୟା ଦେଲେ ପତ୍ନୀ

ବଲିଉଡ ଅଭିନେତା ପ୍ରତୀକ ବବ୍ବର ଭାଲେଣ୍ଟାଇନ୍ ଡେ’ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ତାଙ୍କର ଦୀର୍ଘଦିନର ପ୍ରେମିକା ପ୍ରିୟା ବାନାର୍ଜୀଙ୍କୁ ବିବାହ କରିଥିବା ବେଳେ ଏବେ ପ୍ରତୀକଙ୍କ ପରିବାରକୁ ନଡାକିବା ପଛର କାରଣ କହିଛନ୍ତି ପ୍ରିୟା।

prateik

ମୁମ୍ବାଇ: ବଲିଉଡ ଅଭିନେତା ପ୍ରତୀକ ବବ୍ବର ଭାଲେଣ୍ଟାଇନ୍ ଡେ’ରେ ଦ୍ବିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।। କିନ୍ତୁ ସେ ଏହି କାର୍ଯ୍ୟକ୍ରମରେ ତାଙ୍କ ପରିବାରକୁ ନିମନ୍ତ୍ରଣ କରିନଥିବା ସାମ୍ନାକୁ ଆସିଥିଲା। ତାଙ୍କ ବାପା ରାଜ୍ ବବ୍ବର,  ସାବତ ଭାଇ ଆର୍ଯ୍ୟ ବବ୍ବର ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଥିଲା।

ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଦ୍ବିତୀୟ ପତ୍ନୀ ପ୍ରିୟା ବାନାର୍ଜୀ। ସେ କହିଛନ୍ତି ଯେ, "ବିବାହରେ ପରିବାରର କୌଣସି ସଦସ୍ୟ ଅନୁପସ୍ଥିତ ନଥିଲେ। ମୁଁ ଜାଣିନାହିଁ କାହିଁକି ଏଭଳି ଗୁଜବ ଉଠୁଛି ଯେ "ପରିବାର ସଦସ୍ୟ" ଅନୁପସ୍ଥିତ ଥିଲେ। ବିବାହରେ ଆମର ପରିବାର, ମୋ ବାପାମାଆ, ପ୍ରତୀକଙ୍କୁ ଲାଳନପାଳନ କରିଥିବା ତାଙ୍କ ମାଉସୀ, ତାଙ୍କ ଅଜା-ଆଈ ଏବଂ ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ସେମାନେ ଉପସ୍ଥିତ ଥିଲେ। ସମସ୍ତେ ଆମ ସହିତ ଥିଲେ।"

ଉଲ୍ଲେଖଯୋଗ୍ୟ, ବଲିଉଡ ଅଭିନେତା ରାଜ୍ ବବ୍ବର ପ୍ରଥମେ ନଦିରା ବବ୍ବରଙ୍କୁ ବିବାହ କରିଥିଲେ। ଏହା ପରେ ଦୁହେଁ ଆର୍ଯ୍ୟ ଓ ଜୁହି ବବ୍ବରଙ୍କ ମାତାପିତା ହୋଇଥିଲେ। ବିବାହର କିଛି ବର୍ଷ ପ‌ରେ ନଦିରାଙ୍କୁ ଧୋକା ଦେଇ ରାଜ୍ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ପ୍ରେମରେ ପଡ଼ିଥିଲେ। ଏହା ପରେ ତାଙ୍କୁ ୧୯୮୩ରେ ବିବାହ କରିବା ସହ ୧୯୮୬ରେ ପ୍ରତୀକଙ୍କ ଜନ୍ମ ହୋଇଥିଲା। ହେଲେ ପ୍ରତୀକଙ୍କ ଜନ୍ମ ସମୟରେ ପ୍ରସବ ସମ୍ବନ୍ଧିତ ସମସ୍ୟା ହେବାରୁ ସ୍ମିତାଙ୍କ ମୃତ୍ୟୁ ହୋଇଥିଲା। ସ୍ମିତାଙ୍କ ମୃତ୍ୟୁ ପରେ ରାଜ୍ ପୁଣି ନିଜ ପ୍ରଥମ ପତ୍ନୀଙ୍କ ପାଖକୁ ଫେରିଯାଇଥିଲେ ଓ ପ୍ରତୀକ୍ ନିଜ ଅଜା-ଆଈଙ୍କ ସହ ରହିବା ଆରମ୍ଭ କରିଥିଲେ।

ଯଦି ପ୍ରତୀକଙ୍କ କଥା କହିବା ତେବେ ପ୍ରିୟାଙ୍କ ପୂର୍ବରୁ ପ୍ରତୀକ୍ ୨୦୧୯ରେ ସାନ୍ୟା ସାଗରଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୨୩ରେ ଉଭୟଙ୍କର ଛାଡପତ୍ର ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe