ଏବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବେ ବାହୁବଳୀ ଅଭିନେତା ପ୍ରଭାସ୍‌ !ଅଙ୍କଲ୍‌ କଲେ ଘୋଷଣା!

Advertisment
ଏବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବେ ବାହୁବଳୀ ଅଭିନେତା ପ୍ରଭାସ୍‌ !ଅଙ୍କଲ୍‌ କଲେ ଘୋଷଣା!

ବାହୁବଳୀ ଫିଲ୍ମ ଜରିଆରେ ସମଗ୍ର ଦେଶର ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା ତେଲୁଗୁ ଅଭିନେତା ପ୍ରଭାସ୍‌ଙ୍କ ବିଷୟରେ ଛୋଟରୁ ଅତି ଛୋଟ କଥା ହେଉ ପଛକେ ତାଙ୍କର ପ୍ରଶଂସକ ସେ ବିଷୟରେ ସମସ୍ତ ତଥ୍ୟକୁ ଜାଣିବାକୁ ଚାହୁଁଛନ୍ତି । ଆଉ ସବୁଠୁ ବଡ଼ କଥା ହେଉଛି କି ବାହୁବଳୀ ଅଭିନେତା ପ୍ରଭାସ୍‌ଙ୍କ ବିବାହକୁ ନେଇ ତାଙ୍କ ପ୍ର୍ରଶଂସକମାନେ ଚାତକ ଭଳି ଚାହିିଁବସିଥିବାବେଳ,ସେମାନଙ୍କ ମନରେ ପ୍ରଶ୍ନବାଚୀ ରହିଛି ଯେ ଅଭିନେତା ପ୍ରଭାସଙ୍କ ବାହାଘର କେବେ ହେବ ? ସତରେ କ’ଣ ସେ ତାଙ୍କ ପ୍ରକୃତ ଜୀବନରେ ମଧ୍ୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟିଙ୍କୁ ନିଜର ଦେବସେନା ବନାଇବେ ନା ଆଉ କାହାକୁ!

publive-image

ତେବେ ଏବେ ଏନେଇ ସମସ୍ତ କଥାର ଅନ୍ତ ଘଟାଇଛନ୍ତି ପ୍ରଭାସଙ୍କ ଅଙ୍କଲ୍‌ କୃଷ୍ଣମ୍‌ ରାଜୁ। ତେବେ କୃଷ୍ଣମ୍‌ ନା ଯେ କେବଳ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ର ଜଣାଶୁଣା କଳାକାର ଅଟନ୍ତି ତାହା ନୁହେଁ ବରଂ ସେ ଅଭିନେତା ପ୍ରଭାସଙ୍କର ଅଙ୍କଲ୍‌ ମଧ୍ୟ ଅଟନ୍ତି।

ତେବେ ମିଡ଼ିଆର ଖବର ମୁତାବିକ୍‌,ଜାନୁଆରି ୨୦ରେ ଅଭିନେତା ପ୍ରଭାସଙ୍କର ଜନ୍ମଦିନ ଅବସରରେ ପ୍ରଭାସ୍‌ଙ୍କ ବାହାଘରକୁ ନେଇ କୁଷ୍ଣମ୍‌ଙ୍କୁ କରାଯାଇଥିବା ପ୍ରଶ୍ନର ଉତ୍ତରରେ ଏହି ବର୍ଷ ହିଁ ପ୍ରଭାସ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe