ଦୁର୍ଘଟଣା ହେବା ପରେ ଏବେ ମୃତ୍ୟୁ ସହ ଲଢ଼ୁଛନ୍ତି ବଲିଉଡ ଅଭିନେତା ପ୍ରବୀଣ

ଆଜି ସକାଳେ ମୁମ୍ବାଇରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ ବଲିଉଡ ଅଭିନେତା ପ୍ରବୀଣ ପ୍ରବୀଣ ଡବାସ। ଏହି ଦୁର୍ଘଟଣାରେ ଅଭିନେତା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

opew

ମୁମ୍ବାଇ: ଦୁର୍ଘଟଣା‌ର ଶିକାର ହେଲେ ବଲିଉଡ ଅଭିନେତା ପ୍ରବୀଣ ଡବାସ। ଅବସ୍ଥା ଗୁରୁତର ଥିବା କହିଲେ ପତ୍ନୀ ତଥା ଅଭିନେତ୍ରୀ ପ୍ରୀତି ଜଙ୍ଗିଆନି। ଆଜି ସକାଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ରାଜିସାରା କାମ କରିବା ପରେ ସେ ଘରକୁ ଫେରୁଥିଲେ । ଆସିବା ବାଟରେ ଦୁର୍ଘଟଣା ଘଟି ଗୁରୁତର ଆହତ ହେବାର ଏବେ ତାଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କୁହାଯାଉଛି ଯେ, ଘଟଣା ଘଟିବା ବେଳେ ନିଜେ କାର୍ ଚଳାଉଥିଲେ ପ୍ରବୀଣ। ପତ୍ନୀ ପ୍ରୀତି କହିଛନ୍ତି ଯେ, "ଏହି ଦୁର୍ଘଟଣା ପରେ ମୋତେ ଏବଂ ମୋ ପରିବାରକୁ ଗଭୀର ଆଘାତ ଲାଗିଛି। ଡାକ୍ତରଙ୍କ ଅନୁଯାୟୀ, ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ମସ୍ତିଷ୍କ କେତେ କ୍ଷତିଗ୍ରସ୍ତ ହୋଇଛି ତାହା ଜାଣିବା ପାଇଁ ଡାକ୍ତରମାନେ ସିଟି ସ୍କାନ୍ କରିବେ ଏବଂ ଅନ୍ୟାନ୍ୟ ପରୀକ୍ଷା କରିବେ।

ପ୍ରବୀଣ ଦିଲଗି, ମନସୁନ ୱେଡିଂ, ଖୋସଲା କା ଘୋସଲା, ହିରୋ: ଲଭ ଷ୍ଟୋରୀ ଅଫ୍ ଏ ସ୍ପାଏ, ମେଁ ଗାନ୍ଧୀ କୋ ନେହିଁ ମାରା, ୟେ ହେ ଜିନ୍ଦଗି, କୁଛ ମିଠା ହୋ ଜାଏ, ଇନ୍ଦୁ ସରକାର, ରାଗିଣୀ ଏମଏମଏସ ୨ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ପ୍ରବୀଣ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ ବି ଜଣେ ଅଭିନେତା ଭାବରେ କୌଣସି ବିଶେଷ ସଫଳତା ପାଇନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe