ଅନନ୍ତ-ରାଧିକାଙ୍କ ବାହାଘରରେ ଲାଇମ୍‌ଲାଇଟ୍‌ ଲୁଟିନେଲେ ଦୀପିକା

Advertisment
ଅନନ୍ତ-ରାଧିକାଙ୍କ ବାହାଘରରେ ଲାଇମ୍‌ଲାଇଟ୍‌ ଲୁଟିନେଲେ ଦୀପିକା

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟରେ ବଲିଉଡ୍‌ ତାରକାମାନଙ୍କ ବେଶପୋଷାକ ଦେଖିବା ପରି ଥିଲା। ନିଜକୁ ବେଶ୍‌ ସୁନ୍ଦର ଭାବରେ ସଜାଇକି ଅମ୍ବାନୀଙ୍କ ପାରିବାରିକ ଉତ୍ସବରେ ପହଞ୍ଚିଥିଲେ ବଲିଉଡ୍‌ ଷ୍ଟାର୍‌।

ତାରକାମାନଙ୍କ ମଧ୍ୟରେ ସବୁଠାରୁ ଅଧିକା ଚମକୁଥିଲେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ସେ ଏକ ଗାଢ଼ ଖଇରିଆ ରଂଗର ପୋଷାକ ପିନ୍ଧି ମହାରାଣୀଙ୍କ ପରି ଦିଶୁଥିଲେ। ପୋଷାକକୁ ମ୍ୟାଚ୍‌ କରି ସେ ପିନ୍ଧିଥିଲେ ଐତିହାସିକ ଚୋକର ଡିଜାଇନ୍‌ର ହାର। ମାଆ ବନିବାକୁ ଥିବା ଦୀପିକାଙ୍କ ପ୍ରବେଶ ପରେ ସମସ୍ତଙ୍କ ନଜର ତାଙ୍କ ଆଡ଼େ ପଳାଇଥିଲା। ସେ ନେଇଥିବା ହାଲୁକା ମେକ୍‌-ଅପ୍‌ ତାଙ୍କ ଲୁକ୍‌କୁ ପୂରା କରୁଥିଲା। ସେ ମଥାରେ ସିନ୍ଦୂର, ଆଖିରେ କଜଳ ଓ ଗଭାରେ ଗଜରା ଲଗାଇ ପୂରା ଭାରତୀୟ ମହିଳା ପରି ଲାଗୁଥିଲେ।

ଅମ୍ବାନୀଙ୍କ ପାରିବାରିକ ଉତ୍ସବରେ ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ବଚ୍ଚନ ପରିବାରକୁ ବିଶେଷ ଭାବେ‌ ଭେଟିଛନ୍ତି। ଦୁଇ ପରିବାର ଭେଟିବା ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ‌ହେବାରେ ଲାଗିଛି।

ସମ୍ପନ୍ନ ହେଲା ଦେଶର ବହୁଚର୍ଚ୍ଚିତ ଅମ୍ବାନୀ ପରିବାରର ବିବାହ କାର୍ୟ୍ୟକ୍ରମ। ଶୁଭ ମୁହୂର୍ତ୍ତରେ ଅନନ୍ତ ଅମ୍ବାନୀଙ୍କ ହାତ ଧରିଲେ ବାନ୍ଧବୀ ରାଧିକା।ଏହି ସମାରୋହରେ ଦେଶ ବିଦେଶ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି। ରାଜନୀତି ଠାରୁ ଆରମ୍ଭ କରି ସିନେମା, କ୍ରୀଡା, ସଙ୍ଗୀତ ଓ ବ୍ୟବସାୟ କ୍ଷେତ୍ରର ଅନେକ ବଡ଼ ଚେହେରା ଏହି କାର୍ୟ୍ୟକ୍ରମରେ ନଜର ଆସିଥିଲେ। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବଲିଉଡ଼ ତାରକା ଅମିତା ବଚ୍ଚନ, ସଲମନ ଖାନ, ଶାହରୁଖ ଖାନ, ହ୍ରିତିକ ରୋଶନଙ୍କ ସମେତ ବଲିଉଡ଼ ଓ କ୍ରିକେଟ ଜଗତର ବିଭିନ୍ନ ବଡ଼ ଚେହେରା ଏହି ବିବାହ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe