ବି-ଟାଉନ୍ର ସୁନ୍ଦରୀ ପ୍ରୀତି ଜିଣ୍ଟା ଆଜି ନିଜର ୪୬ ତମ ଜନ୍ମଦିନ ପାଳନ କରିଛନ୍ତି। ଜଣେ ପ୍ରଶଂସକ ପ୍ରୀତିଙ୍କ ସଂପର୍କରେ ଏକ ଅଜଣା କଥା ଲୋକଲୋଚନକୁ ଆଣିଛନ୍ତି। ଚଳଚ୍ଚିତ୍ର ‘ଚୋରି ଚୋରି ଚୁପ୍କେ ଚୁପ୍କେ’ର ସୁଟିଂ ଚାଲିଥିବା ବେଳେ ମୁମ୍ବାଇ ପୁଲିସ୍ ଖବର ପାଇଥିଲା ଯେ ଚଳଚ୍ଚିତ୍ର ତିଆରି ପାଇଁ ଅଣ୍ଡରଵାର୍ଲଡ୍ ଡନ୍ ଛୋଟା ସକିଲ୍ ଏହି ଚଳଚ୍ଚିତ୍ର ପାଇଁ ଟଙ୍କା ଦେଇଛି। ମାତ୍ର କାଗଜପତ୍ରରେ ଏହାକୁ ପ୍ରଯୋଜକ ଭରତ ଶାହା ତିଆରି କରୁଥିବା ସୂଚନା ଦିଆଯାଇଥିଲା। ଯାହାକୁ ନେଇ ମୁମ୍ବାଇ ପୁଲିସ୍ ତଦନ୍ତ କରିବା ସହିତ ଏଥିରେ ଅଭିନୟ କରୁଥିବା କଳାକାର ଶାହାରୁଖ ଖାନ୍, ସଲମାନ୍ ଖାନ୍, ରାଣୀ ମୁଖାର୍ଜୀ ଭଳି ଅଭିନେତ୍ରୀଙ୍କୁ କୋର୍ଟରେ ସାକ୍ଷ୍ୟ ଦେବା ପାଇଁ କହିଥିଲା। ସମସ୍ତେ ଯେତେବେଳେ ପୁଲିସ୍ର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେତେବେଳେ ପ୍ରୀତି କୋର୍ଟରେ ସାକ୍ଷୀ ଦେଇଥିଲେ। ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ରକୁ ବନ୍ଦ କରିବା ସହିତ ପୁଲିସ୍ ଭରତ ଶାହାଙ୍କୁ ଗିରଫ କରିଥିଲା।
ପ୍ରୀତିଙ୍କ ସାହସୀ ପଦକ୍ଷେପ
Advertisment
Follow Us