ପ୍ରେମ ଆନନ୍ଦଙ୍କ ହିନ୍ଦୀ ଗୀତ ‘ଖୁଦା ରାଜି’  

Advertisment
ପ୍ରେମ ଆନନ୍ଦଙ୍କ ହିନ୍ଦୀ ଗୀତ ‘ଖୁଦା ରାଜି’  

ଭୁବନେଶ୍ବର: ଓଡ଼ିଶାର ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ଓଡ଼ିଆ ଗୀତ ତ ଆପଣ ଶୁଣନ୍ତି। ମାତ୍ର ଏବେ ତାଙ୍କର ଏକ ନୂଆ ହିନ୍ଦୀ ଗୀତ ଶୁଣିବାକୁ ପାଇବେ।

ପୂର୍ବରୁ ମରାଠୀ ସିନେମା ‘ସର୍ଟକର୍ଟ’, ହିନ୍ଦୀ ସିନେମା ‘ପ୍ଲାନ ବି’ ସହିତ ଓଡ଼ିଶାରେ ୬୦ରୁ ଊର୍ଦ୍ଧ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରେମ ଆନନ୍ଦ ଏବେ ନୂଆ ହିନ୍ଦୀ ସିନେମା ‘ଲଭ ୟୁ ଟର୍ଣ୍ଣ’ରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଦୁଇଟି ରୋମାଣ୍ଟିକ ଗୀତର ସେ ସ୍ବର ସଂଯୋଜନା କରିଥିବା ବେଳେ ଗତକାଲି ସନ୍ଧ୍ୟାରେ ପ୍ରଥମ ଗୀତ ‘ଖୁଦା‌ ରାଜି’  ମୁକ୍ତିଲାଭ କରିଛି। ଜୁବିନ୍‌ ନେଉଟିୱାଲ ଗାଇଥିବା ଏହି ଗୀତଟି ଗତକାଲି ସନ୍ଧ୍ୟା ପରଠାରୁ  ୟୁଟ୍ୟୁବରେ ୧ ମିଲିୟନରୁ ଊର୍ଦ୍ଧ୍ବ ଶ୍ରୋତା ଦେଖି ସାରିଥିବା ବେଳେ ଏହି ଗୀତଟି ଶ୍ରେତାମାନଙ୍କୁ ବେଶ୍‌ ଛୁଉଁଛି।

ଏ ସଂପର୍କରେ ପ୍ରେମ ଆନନ୍ଦ କହନ୍ତି, ‘ଖୁଦା ରାଜି ’ ଗୀତଟି ରେକର୍ଡିଂ ସମୟରେ ଜୁବିନ୍‌ ଯେମିତି ଗାଇଥିଲେ , ଲାଗୁଥିଲା ଗୀତଟି ଶ୍ରୋତାମାନଙ୍କୁ ଛୁଇଁବ। ଗତକାଲି ଏହି ଗୀତ ମୁକ୍ତିଲାଭ କରିବା ପରେ ଆଜି ଏହାକୁ ମିଲିୟନରୁ ଅଧିକ ଶ୍ରୋତା ଦେଖିବା ଏହାର ପ୍ରମାଣ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe