୨୨ରେ ‘ମଞ୍ଜରୀ’ରେ ଫିଲ୍ମ ‘ଅଦୃଶ୍ୟମ୍’ର ପ୍ରିମିୟର

Advertisment
୨୨ରେ ‘ମଞ୍ଜରୀ’ରେ ଫିଲ୍ମ ‘ଅଦୃଶ୍ୟମ୍’ର ପ୍ରିମିୟର

ଭୁବନେଶ୍ୱର : ଓଡ଼ିଆ  ଚଳଚ୍ଚିତ୍ର ‘ଅଦୃଶ୍ୟମ୍’ର ପ୍ରିମିୟର ‘ମଞ୍ଜରୀ’ ଚ୍ୟାନେଲ୍‌ରେ ହେବ । ସସ୍‌ପେନ୍ସ ଡ୍ରାମା ‘ଅଦୃଶ୍ୟମ୍’କୁ ଆସନ୍ତା ୨୨ ତାରିଖ ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ଦର୍ଶକ ‘ମଞ୍ଜରୀ’ରେ ଦେଖିବାର ସୁଯୋଗ ନେଇପାରିବେ।

ଜଣେ ଯୁବତୀ ଧନୀ ଅନ୍ଧ ଯୁବକମାନଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କଠାରୁ ଟଙ୍କା ଲୁଟି ଫେରାର ହୋଇଯାଉଥିବା ବେଳେ ଶେଷରେ ତା’ର କାରନାମା କିପରି ଧରାପଡ଼ୁଛି, ସେହିଭଳି ଏକ କଥାବସ୍ତୁକୁ ନେଇ ଫିଲ୍ମର କାହାଣୀ ଗତିଶୀଳ। ଏଥିରେ ସାନୁ, ଅଙ୍କିତା, ସମରେଶ, ଚିତ୍ତ ତ୍ରିପାଠୀ, ଲିପ୍ସା ମିଶ୍ରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

ଏସ୍‌ ଥ୍ରି ବ୍ୟାନର୍‌ରେ ପ୍ରସ୍ତୁତ ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ରାଜେନ୍ଦ୍ର ମହନ୍ତ। ଫିଲ୍ମର କାହାଣୀ ଶେଷ ପର୍ଯ୍ୟନ୍ତ ରୋମାଞ୍ଚିତ କରି ରଖିବ ବୋଲି ଶ୍ରୀ ମହନ୍ତ କହିଛନ୍ତି। ଏହାବ୍ୟତୀତ ବିଶ୍ବ ସ୍ବରୂପଙ୍କ ନିର୍ଦେଶିତ ଆକର୍ଷଣୀୟ ସଂଗୀତ ବେଶ୍‌ ଉପଭୋଗ୍ୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe