ପ୍ରୀତି ଜିଣ୍ଟାଙ୍କ ବୟଫ୍ରେଣ୍ଡଙ୍କୁ ପ୍ରେମ କରୁଥିଲେ ଏହି ନାୟିକା

Advertisment
ପ୍ରୀତି ଜିଣ୍ଟାଙ୍କ ବୟଫ୍ରେଣ୍ଡଙ୍କୁ ପ୍ରେମ କରୁଥିଲେ ଏହି ନାୟିକା

ମୁମ୍ବାଇ: ଅମିଷା ପଟେଲ୍‌ ଅଭିନୟ ଅପେକ୍ଷା ଆଫେଆର୍‌ ପାଇଁ ଅଧିକ ଚର୍ଚ୍ଚିତା ହୋଇଛନ୍ତି। ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହେ’ରୁ କରିନା କପୁର ଓହରି ଯାଇଥିଲେ।ତା’ପରେ ସେହି ଭୂମିକାଟି ମିଳିଥିଲା ସୁଇଟ୍‌ ଅମିଷାଙ୍କୁ। ଅମିଷା ତାଙ୍କ ଅଭିନୀତ ପ୍ରଥମ ସିନେମା ‘କହୋ ନା ପ୍ୟାର୍‌ ହେ’ରେ ଷ୍ଟାର୍‌ ବନିଗଲେ।
ସେହି ସମୟରେ ଜଣାଶୁଣା ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହିତ ଅମିଷା ପଟ୍ଟେଲ୍‌ ‘ଆପ୍‌ ମୁଝେ ଅଛେ ଲଗ୍‌ନେ ଲଗେ’ରେ କାମ କରିଲେ। ସେହି ଫିଲ୍ମର ସୁଟିଂ ସେଟ୍‌ରେ ହିଁ ବିକ୍ରମ ଭଟ୍ଟଙ୍କ ସହିତ ଅମିଷା ପଟେଲ୍‌ଙ୍କର ଆଫେଆର୍‌ ଚର୍ଚ୍ଚାର ବିଷୟ ହେଲା।
ବିକ୍ରମ ଭଟ୍ଟ ଥିଲେ ବିବାହିତ ଓ ଅମିଷାଙ୍କ ଠାରୁ ବୟସରେ ଆଠ ବର୍ଷ ବଡ଼। ସେହି ସମୟରେ ଚର୍ଚ୍ଚା ହୋଇଥିଲା ଯେ,ବିକ୍ରମ ଓ ଅମିଷା ବାହା ହେବେ। ଉଭୟଙ୍କର ପ୍ରେମ ସଂପର୍କ ପ୍ରାୟ ପାଞ୍ଚ ବର୍ଷ ଧରି ରହିଲା। କିନ୍ତୁ ତା’ ପରେ ଦୁହେଁ ପରସ୍ପରଠୁଁ ଦୂରେଇ ଯାଇଥିଲେ। ଆହୁରି ମଧ୍ୟ କୁହାଯାଏ ବିକ୍ରମ ଭଟ୍ଟଙ୍କ ସହ ଆଫେଆର୍‌ ଚକ୍‌କରରେ ପଡ଼ି ଅମିଷା ପଟେଲ୍‌ ତାଙ୍କର କ୍ୟାରିଅର୍‌କୁ ବରବାଦ୍‌ କରିଥିଲେ।

ଏହାପରେ ଅମିଷାଙ୍କର ଭେଟ ହୁଏ ଆଉ ଜଣେ ବ୍ୟକ୍ତିଙ୍କ ସହ। ସେ ହେଲେ ବ୍ୟବସାୟୀ କନବ ପୁରୀ। ୨୦୦୮ରେ ଉଭୟଙ୍କର ଡ଼େଟିଂକୁ ନେଇ ବଲିଉଡ଼ରେ ହଲଚଲ୍‌ ମଚିଲା। କିନ୍ତୁ ଦୁହିଁଙ୍କର ଦୁଇବର୍ଷର ସଂପର୍କ ହଠାତ୍‌ ବିଚ୍ଛେଦରେ ପରିଣତ ହେଲା। ଅମିଷା ନିଜର କ୍ୟାରିଅରକୁ ଆଖି ଆଗରେ ରଖି ଏଭଳି କରିଥିଲେ ବୋଲି ଟ୍ଵିଟରରେ ସୂଚନା ଦେଇଥିଲେ।ଅମିଷା ପଟ୍ଟେଲ୍‌ଙ୍କର ପ୍ରେମ କାହାଣୀ ଏଇଠି ସରିଲା ନାହିଁ। ଏହାପରେ ଜଣାଶୁଣା ଭାରତୀୟ ବ୍ୟବସାୟୀ ନେସ୍‌ ଓ୍ଵାଡ଼ିଆଙ୍କ ସହିତ ପ୍ରେମ ସଂପର୍କ ରଖିଲେ ସୁଇଟ୍‌ ଅମୀଷା।

publive-image

ନେସ୍‌ ଓ ଅମୀଷାଙ୍କ ପ୍ରଥମ ଭେଟ ଏକ ଜିମ୍‌ରେ ହୋଇଥିଲା। ଉଭୟେ ସେଠାରେ ନିଜ ନିଜର ମୋବାଇଲ୍‌ ନମ୍ବର ଏକ୍ସଚେଞ୍ଜ୍‌ କରିଥିଲେ।ତା’ପରେ ଦୁହେଁ ପରସ୍ପରକୁ ଡ଼େଟ୍‌ କରିଥିଲେ। ସେହି ସମୟରେ ନେସ୍‌ ଓ୍ଵାଡ଼ିଆ ଅମିଷାଙ୍କୁ ଦାମୀ ଦାମୀ ଉପହାରମାନ ଦେଉଥିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏ ଦୁହିଁଙ୍କ ସଂପର୍କ ବେଶୀ ଦିନ ତିଷ୍ଠି ନ ଥିଲା। ସଂଯୋଗବଶତଃ ନେସ୍‌ ବି ଥିଲେ ବଲିଉଡର ଅନ୍ୟତମ ଲୋକପ୍ରିୟ ନାୟିକା ପ୍ରୀତି ଜିଣ୍ଟାଙ୍କ ବୟଫ୍ରେଣ୍ଡ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe