ଶିଶୁକନ୍ୟାର ମାତାପିତା ହେଲେ ୟୁବିକା-ପ୍ରିନ୍ସ

Advertisment

ଅଭିନେତା ପ୍ରିନ୍ସ ନରୁଲା ଏବଂ ଅଭିନେତ୍ରୀ ୟୁବିକା ଚୌଧରୀ ପିତାମାତା ହୋଇଛନ୍ତି | ପ୍ରିନ୍ସଙ୍କ ବାପା ଏହି ଖୁସି ଖବର ଦେଇଛନ୍ତି। ପ୍ରିନ୍ସ ନରୁଲା ଏକ ଝିଅର ପିତା ହୋଇଛନ୍ତି |

ଅଭିନେତା ପ୍ରିନ୍ସ ନରୁଲା ଏବଂ ଅଭିନେତ୍ରୀ ୟୁବିକା ଚୌଧରୀ ପିତାମାତା ହୋଇଛନ୍ତି | ପ୍ରିନ୍ସଙ୍କ ବାପା ଏହି ଖୁସି ଖବର ଦେଇଛନ୍ତି। ପ୍ରିନ୍ସ ନରୁଲା ଏକ ଝିଅର ପିତା ହୋଇଛନ୍ତି |

yuvika

ମୁମ୍ବାଇ: ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଅଭିନେତ୍ରୀ ୟୁବିକା ଚୌଧରୀ ଏବଂ ଅଭିନେତା ପ୍ରିନ୍ସ ନରୁଲା | ଶିଶୁକନ୍ୟାର ମାତାପିତା ହେଲେ ୟୁବିକା-ପ୍ରିନ୍ସ | ଶନିବାର ସନ୍ଧ୍ୟାରେ ଅର୍ଥାତ ଆଜି ୟୁବିକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି | ପ୍ରିନ୍ସଙ୍କ ବାପା ଜୋଗିନ୍ଦର ନରୁଲା ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି- ହଁ, ୟୁବିକା ଗୋଟିଏ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ଏବଂ ଆମେ ବହୁତ ଖୁସି | 

ଉଲ୍ଲେଖଯୋଗ୍ୟ, ୟୁବିକା ଏବଂ ପ୍ରିନ୍ସ ନରୁଲାଙ୍କ ପ୍ରେମ କାହାଣୀ ଖୁବ ଚର୍ଚ୍ଚାରେ ରହିଥିଲା | ବିଗ୍ ବସ୍- ୯ରେ ଏହି ଦମ୍ପତି ପରସ୍ପରକୁ ଭେଟିଥିଲେ | ଏଠାରୁ ହିଁ ପ୍ରଥମେ ଦୁହିଁଙ୍କ ବନ୍ଧୁତା ହୋଇଥିଲା, ଯାହା ପରେ ପ୍ରେମ ପରିଣତ ହୋଇଥିଲା | ଏହି ଦମ୍ପତି ୨୦୧୬ରେ ନିର୍ବନ୍ଧ କରିବା ସହ ୨୦୧୮ରେ ବିବାହ କରିଥିଲେ | ଏବେ ବିବାହର ୬ବର୍ଷ ପରେ ଦୁହେଁ ମାତାପିତା ହୋଇଛନ୍ତି | ଆଇଭିଏଫ ଜରିଆରେ ଏହା ସମ୍ଭବ ହୋଇଥିବା ଜଣାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe