ପ୍ରୀତମ୍-ଅସଦ୍ ଯୋଡ଼ି ଭାଙ୍ଗିଲା

ଶେଷରେ ପ୍ରୀତମ୍‌-ଅସଦ୍ ଯୋଡ଼ି ଭାଙ୍ଗିଛି। ପ୍ରଯୋଜକ ପ୍ରୀତମ୍‌ ସାହୁଙ୍କ ପ୍ରଯୋଜିତ ୪ଟି ଓଡ଼ିଆ ଛବିରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ଅସଦ୍‌ ନିଜାମ୍‌ଙ୍କ ବଦଳରେ ଏବେ ପ୍ରୀତମଙ୍କ ଶିବିରରେ ପ୍ରବେଶ କରିଛନ୍ତି ମେଲୋଡି କିଙ୍ଗ୍ ଅଭିଜିତ ମଜୁମ୍‌ଦାର।

dgdada

ଶେଷରେ ପ୍ରୀତମ୍‌-ଅସଦ୍ ଯୋଡ଼ି ଭାଙ୍ଗିଛି। ପ୍ରଯୋଜକ ପ୍ରୀତମ୍‌ ସାହୁଙ୍କ ପ୍ରଯୋଜିତ ୪ଟି ଓଡ଼ିଆ ଛବିରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ଅସଦ୍‌ ନିଜାମ୍‌ଙ୍କ ବଦଳରେ ଏବେ ପ୍ରୀତମଙ୍କ ଶିବିରରେ ପ୍ରବେଶ କରିଛନ୍ତି ମେଲୋଡି କିଙ୍ଗ୍ ଅଭିଜିତ ମଜୁମ୍‌ଦାର। ପ୍ରୀତମଙ୍କ ପଞ୍ଚମ ସିନେମା ‘ଦୁର୍ଗା’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ। ଏଥିରେ ଅଭିଜିତଙ୍କ ନିୟମିତ ଗୀତିକାର ଡକ୍ଟର ନିର୍ମଳ ନାୟକ ଗୀତ ରଚନା କରିଛନ୍ତି। 

ପୂର୍ବ ଧାରାକୁ ବଜାୟ ରଖି ପ୍ରୀତମ୍‌ ପୁଣି ନିର୍ଦ୍ଦେଶକଙ୍କୁ ବଦଳାଇଛନ୍ତି। ଏଥର ତାପସ ସରଘରିଆ ‘ଦୁର୍ଗା’ର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଛନ୍ତି। ନିଜର ପ୍ରତିଟି ସିନେମାରେ ଷ୍ଟାରକାଷ୍ଟ ଓ ନିର୍ଦ୍ଦେଶକ ବଦଳାଇଛନ୍ତି ପ୍ରୀତମ୍‌। ତାଙ୍କ ପ୍ରଯୋଜିତ ‘ଶେ‌ଷ ରାତି’ରେ ଅମ‌େରଶ ପତି,  ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର୍’ରେ ଅଶୋକ ପତି ଓ ‘କଟକ-ଶେଷରୁ ଆରମ୍ଭ’ରେ ସୁଧାଂଶୁ ମୋହନ ସାହୁଙ୍କୁ ନିର୍ଦ୍ଦେଶନା ଦାୟିତ୍ବ ପ୍ରଦାନ କରିଥିଲେ। ‘ଚନ୍ଦ୍ରବଂଶୀ’ରେ ନୂଆ ନିର୍ଦ୍ଦେଶକ ୟଶ୍-ସୁନୀଲଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ ସେ। କିନ୍ତୁ ନିଜ ଫିଲ୍ମର ସଙ୍ଗୀତକାରଙ୍କୁ ବଦଳାଇ ନଥିଲେ। ଏସବୁ ସିନେମାରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ ଅସଦ୍ ନିଜାମଙ୍କୁ ନେଇଥିଲେ। ପୁଣି ଦେଖିବା କଥା ପ୍ରୀତମ୍ ତାଙ୍କର ଷଷ୍ଠ ସିନେମାରେ କେଉଁ ସଙ୍ଗୀତକାରଙ୍କୁ ନେବେ ନା ଅଭିଜିତଙ୍କୁ ରିପିଟ୍ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe