ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା

Advertisment
ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା

ଭୁବନେଶ୍ବର: ଓଲିଉଡର ଚୁଲୁବୁଲି ନାୟିକା ପ୍ରିୟା ତାଙ୍କର ଲମ୍ବା କ୍ୟାରିଅର୍‌ ଭିତରେ ବେଶ୍‌ କେତୋଟି ସିନେମାରେ ଭିନ୍ନ ଭିନ୍ନ ନାୟକଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ନାୟିକା ଭାବେ ସେ ଅନୁଭବ, ବାବୁସାନ୍, ଅରିନ୍ଦମ, ଆକାଶ, ଅମ୍ଳାନ ଓ ସବ୍ୟସାଚୀଙ୍କ ସହ କାମ କରିଛନ୍ତି। ହେଲେ ଆପଣ କ’ଣ ଜାଣନ୍ତି ଯେ ଦୁଷ୍ମନ୍ତଙ୍କ ନାୟିକା ବି ବନିଛନ୍ତି ପ୍ରିୟା।

publive-image

ଏଠାରେ ଯେଉଁ ଓଡ଼ିଆ ଛବି କଥା କୁହାଯାଉଛି, ତା’ର ଶୀର୍ଷକ ହେଲା ‘ବାଇଶି ପାହାଚେ ଖେଳିବ ମୀନ। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନାୟିକା ପ୍ରିୟାଙ୍କୁ ପ୍ରଥମ ଥର ଲାଗି ଦୁଷ୍ମନ୍ତଙ୍କ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ଉଭୟଙ୍କୁ ମିଳିଥିଲା ପ୍ରଭାବଶାଳୀ ଚରିତ୍ର। ‘ବାଇଶି ପାହାଚେ ଖେଳିବ ମୀନ’ରେ ଅନ୍ୟମାନଙ୍କ ବିଜୟ ମହାନ୍ତି, ମିହିର ଦାସ, ଲଳିତ, ପୁନମ୍ ମିଶ୍ର ପ୍ରମୁଖ ବି ନଜର ଆସିଥିଲେ। ଶାନ୍ତିରାଜ ଖୋସଲା ଏହାର ସଙ୍ଗୀତକାର।  ଏହାପ‌ରେ ଅନ୍ୟ କୌଣସି ଛବି ଏକାଠି ନଜର ଆସିନାହାନ୍ତି ଦୁଷ୍ମନ୍ତ ଓ ପ୍ରିୟା।

ସୂଚନାଯୋଗ୍ୟ, ପ୍ରିୟା ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ ଡ୍ରିମ୍‌ଗାର୍ଲ’ରେ ପ୍ରଥମେ  ଅଭିନୟ କରି  ବଡ଼ ପରଦାକୁ  ଆସିଥିଲେ ।  ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଏହାପରେ ପ୍ରିୟାଙ୍କୁ  ଅଭିମନ୍ୟୁ, ବାଇଶି ପାହାଚେ ଖେଳିବ ମୀନ, ଆଲୋ ମୋର କଣ୍ଢେଇ, ମେଘ ସବାରୀରେ ଆସିବ ଫେରି, ଦିଲ୍‌ ତତେ ଦେଇଛି, ହିରୋ- ଏକ ପ୍ରେମ କଥା, ଚାନ୍ଦିନୀ ଆଇ ମିସ୍‌ ୟୁ, ଦୋସ୍ତି , ଗୁଡବୟ, ପାରିବେନି କେହି ଅଲଗା କରି, ରୁମକୁ ଝୁମାନା,  ମିତ ବସିଛି ମୁଁ ଭୂତ ସାଥୀରେ, ତୋ’ ବାଟ ଚାହିଁଛି ରାତି ସାରା ଓ  ଲାଗେ ପ୍ରେମ ନଜର ଆଦି ଓଡ଼ିଆ  ଛବିରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe