www.google.com
ମୁମ୍ବାଇ: ଖିଲାଡ଼ିବଏ ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ଗତ କିଛି ମାସ ଧରି ଚିନ୍ତାରେ ପଡ଼ି ଯାଇଛନ୍ତି। କାରଣ ଗୋଟାଏ ବର୍ଷ ମଧ୍ୟରେ ତାଙ୍କର ଲଗାତାର ୪ଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏପଟେ 'ହେରା ଫେରି-୩’କୁ ନିର୍ଦ୍ଦେଶକ ଫରହାଦ୍ ସାମଜୀଙ୍କ ନିର୍ମାଣ ନିଷ୍ପତ୍ତିକୁ ପ୍ରଶଂସକ ପସନ୍ଦ କରୁନାହାନ୍ତି ଅକ୍ଷୟ। ଗତ କିଛି ଦିନ ହେବ ଟ୍ବିଟର୍ରେ ଅକ୍ଷୟଙ୍କ ପ୍ରଶଂସକମାନେ 'ହେରା ଫେରି-୩’ର ନିଦ୍ଦେର୍ଶକ ବଦଳାଇବାକୁ ଦାବି କରି ଆସୁଛନ୍ତି।
ଯଦି ଆପଣ ବି ଅକ୍ଷୟଙ୍କ କମେଡି ଫିଲ୍ମର ଫ୍ୟାନ୍ ତ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଖବରଟି ହେଉଛି ଅକ୍ଷୟଙ୍କର ସବୁଠାରୁ ଅଇକନିକ୍ କମେଡି ଫିଲ୍ମ ‘ହେରାଫେରି’ ଓ ‘ଭୁଲ୍ଭୁଲେୟାଁ’ର ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ସହ ଖିଲାଡ଼ି ବୟ ପୁଣି ଏକ କମେଡି ଫିଲ୍ମ କରିବାକୁ ଯାଉଛନ୍ତି।
ନିର୍ଦ୍ଦେଶକ ପ୍ରିୟଦର୍ଶନ ନିଜେ ଏ ଖବର ପ୍ରକାଶ କରିଛନ୍ତି। ସେ ବଲିଉଡ୍ରେ ପୁଣି ଥରେ ଅନେକ କଳାକାରଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ସାଉଥ୍ରେ ଖୁବ୍ ଅଧିକ କାମ କରିଥିବା ପ୍ରିୟଦର୍ଶନଙ୍କ ‘କରୋନା ପେପର୍ସ’ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମକୁ ନେଇ ଦେଇଥିବା ସାକ୍ଷାତ୍କାରରେ ସେ ୨ଟି ହିନ୍ଦୀ ଫିଲ୍ମର ନିର୍ଦ୍ଦେଶନା ଦେଉଥିବା କଥାକୁ ନିଶ୍ଚିତ କରିଛନ୍ତି।
ଏକ ୱେବ୍ସାଇଟ୍କୁ ସାକ୍ଷାତ୍କାର ଦେଇ ନିର୍ଦ୍ଦେଶକ ପ୍ରିୟଦର୍ଶକ କହିଛନ୍ତି, ‘ମଲାୟଲମ୍ରେ ବଡ଼ ବଜେଟ୍ର ଫିଲ୍ମ କରିବି ନାହିଁ। ଏବେ ମୁଁ ୨ଟି ହିନ୍ଦୀ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛି।’ ସେଥିରୁ ଗୋଟାଏ ଫିଲ୍ମରେ ଅକ୍ଷୟ କୁମାର ନଜର ଆସିବେ ବୋଲି ସୂଚନା ରହିଛି।
Follow Us