ସୋନୁଙ୍କୁ ସାବାସି ଦେଲେ ପ୍ରିୟଙ୍କା

ସୋନୁଙ୍କୁ ସାବାସି ଦେଲେ ପ୍ରିୟଙ୍କା

Pinkvilla

ପ୍ରିୟଙ୍କା ଲେଖିଥିବା ବହି ‘ଅନଫିନିଶଡ୍‌’ ଅନେକଙ୍କ ଦ୍ବାରା ପ୍ରଶଂସିତ ହେଇଛି। ଏହି ବହିକୁ ନେଇ ନ୍ୟୁୟର୍କ ସିଟି ବିଲ୍‌ବୋର୍ଡ ମଧ୍ୟ ଫିଚରାଇଜ୍ କରିଛି। ଏବେ ପୁଣି ପ୍ରିୟଙ୍କା ସାଜିଛନ୍ତି ରେଣ୍ଟୁରାଣ୍ଟ ମାଲିକାଣୀ। ନ୍ୟୁୟର୍କରେ ସ୍ବାମୀ ନିକ୍ ଜୋନାସଙ୍କ ସହ ମିଶି ଗୋଟେ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ଏହି ରେଷ୍ଟୁରାଣ୍ଟର ନାମ ରହିଛି ‘ସୋନା’। ଏହାରା ଇଂରାଜୀ ଅର୍ଥ ରହିଛି ଗୋଲ୍ଡ। ଏଠାରେ ସ୍ବତନ୍ତ୍ର ଭାବେ କେବଳ ଭାରତୀୟ ଖାଦ୍ୟ ଉପଲବ୍‌ଧ ହେବ। ନ୍ୟୁୟର୍କରେ ରହୁଥିବା ଏବଂ ନ୍ୟୁୟର୍କ ଭ୍ରମଣରେ ଆସୁଥିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହି ରେଷ୍ଟୁରାଣ୍ଟ ଖେଳାଯାଇଛି ବୋଲି ପ୍ରିୟଙ୍କା କହିଛନ୍ତି।

ଅପରପକ୍ଷରେ କୋଭିଡ୍ ସଂକ୍ରମଣର ପ୍ରଥମ ଲହ‌ରରେ ପ୍ରବାସୀମାନଙ୍କୁ ସହାୟତା ଦେଇ ସାରା ଦେଶବାସୀଙ୍କ ଆଦରଣୀୟ ହେଇଥିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍‌। କୋଭିଡର ସଂକ୍ରମଣର ଦ୍ବିତୀୟ ଲହରରେ ସୋନୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଯେଉଁ ପିଲାମାନେ କୋଭିଡ୍‌ରେ ନିଜ ପିତାମାତାଙ୍କୁ ହରେଇଛନ୍ତି ସେମାନଙ୍କୁ ସରକାରଙ୍କ ତରଫରୁ ରହିବା, ଖାଇବା ଏବଂ ପାଠ ପଢ଼ିବାର ବନ୍ଦୋବସ୍ତ କରାଯାଉ। ସୋନୁଙ୍କ ଏହି ଅପିଲ୍‌କୁ ସରକାର ଗ୍ରହଣ କରିବା ଉଚିତ ବୋଲି ପ୍ରିୟଙ୍କା କହିଛନ୍ତି। ଏପରିକି ଦେଶର ବୁଦ୍ଧିଜୀବୀ ଓ ସେଲିବ୍ରିଟି ମାନଙ୍କୁ ମଧ୍ୟ ପ୍ରିୟଙ୍କା ସୋନୁଙ୍କ ପରି ଅପିଲ୍ କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe