India TV
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏହି ମହାମାରୀ ସହ ଲଢ଼େଇ ସମୟରେ ୨୦ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ଜୋତା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରିୟଙ୍କା ଲସ୍ ଆଞ୍ଜେଲ୍ସରେ ଏହି ଆଗଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ୧୦ ହଜାର ହଳ ଏବଂ ଭାରତରେ ବିଭିନ୍ନ ଘରୋଇ ଓ ସରକାରୀ ହସ୍ପିଟାଲ୍ରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କୁ ୧୦ ହଜାର ହଳ ଜୋତା ଯୋଗାଇ ଦେଇଛନ୍ତି। ଏକ ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସ୍ବାସ୍ଥ୍ୟକର୍ମୀଙ୍କ ଭଳି ଏବେର ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଏପରି କିଞ୍ଚିତ ସାହାଯ୍ୟର ହାତ ବଢ଼ାଇଥିବାରୁ ମୁଁ ଗର୍ବିତ। ସୂଚନାଯୋଗ୍ୟ ପ୍ରିୟଙ୍କା ଓ ତାଙ୍କ ସ୍ବାମୀ ନିକ୍ ଜୋନ୍ସ ଏହି ସଙ୍କଟ କାଳରେ ବଦାନ୍ୟତାର ହାତ ବଢ଼ାଇ ଚର୍ଚ୍ଚାରେ ରହିଆସୁଛନ୍ତି। ତେବେ କେବଳ ସ୍ବାସ୍ଥ୍ୟକର୍ମୀ ନୁହନ୍ତି ବରଂ ଛାତ୍ରଛାତ୍ରୀ, ଗରିବ ପରିବାର ଓ ଲକଡାଉନରେ ପ୍ରଭାବିତ ଶିଶୁମାନଙ୍କ ନିମନ୍ତେ ମଧ୍ୟ ଦୁହେଁ ସହାୟତା ପ୍ରଦାନ କରି ଆସୁଛନ୍ତି।
Follow Us