ଲକଡାଉନ ନିୟମ ଭାଙ୍ଗିବାରୁ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ମା’ଙ୍କୁ ଧରିଲା ପୁଲିସ

Advertisment
ବଲିଉଡ୍‌ରେ ପ୍ରତ୍ୟାଖ୍ୟାତ, ହଲିଉଡ୍‌ରେ ପ୍ରତିଷ୍ଠିତ

ନୂଆଦିଲ୍ଲୀ: କରୋନାଭାଇରସର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ବ୍ରିଟେନରେ ଲକଡାଉନ ଜାରି କରାଯାଇଛି। ଏହାରି ଭିତରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଲଣ୍ଡନରେ କରୋନା ଲକଡାଉନ ହେତୁ ଫସି ଯାଇଛନ୍ତି।

କୁହାଯାଉଛି କି କୋଭିଡ୍ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଲଣ୍ଡନ ପୁଲିସ ପ୍ରିୟଙ୍କା ଚୋପ୍ରାଙ୍କୁ କାବୁ କରିଥିଲା। ତେବେ ଆବଶ୍ୟକୀୟ ଦସ୍ତାବିଜ ଦେଖାଇବା ପରେ ପୁଲିସ କୌଣସି ଫାଇନ କାଟି ନଥିଲା। କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ନଥିଲା ।

ସୂଚନା ଅନୁସାରେ ଅଭିନେତ୍ରୀଜଣକ ସେଲୁନ୍ ଭିତରେ ଥିଲେ । ସେହି ସମୟରେ ପୁଲିସ ସେଠାରେ ପହଞ୍ଚିଥିଲା । ସେଲୁନ୍‌ ମଧ୍ୟରେ ଉପସ୍ଥିତ ସମସ୍ତଙ୍କୁ ବାହାରକୁ ଆସିବା ପାଇଁ କହିଥିଲା । କିନ୍ତୁ ପ୍ରିୟଙ୍କା ଏବଂ ତାଙ୍କ ମା ବାହାରକୁ ଆସି ନଥିଲେ । ପୁଲିସ ବାଧ୍ୟ ହୋଇ ଭିତରକୁ ପଶିବାରୁ ପ୍ରିୟଙ୍କା ଏବଂ ତାଙ୍କ ମା ବାହାରକୁ ଆସିଥିଲେ ।

ପ୍ରୟଙ୍କାଙ୍କ ଜଣେ ମୁଖପାତ୍ର ପୁଲିସକୁ କହିଛନ୍ତି ଯେ, ସରକାରଙ୍କ ଗାଇଡଲାଇନ ମାନି ପ୍ରିୟଙ୍କା ହେୟାର କଲର କରିବା ପାଇଁ ସେଲୁନକୁ ଯାଇଥିଲେ । ଯେହେତୁ ତାଙ୍କର ଫିଲ୍ମ ସୁଟିଂ ହେବାର ଅଛି ସେଥିପାଇଁ ସେ ସେଠାକୁ ଯାଇଥିଲେ । ସେଲୁନ କେବଳ ଉକ୍ତ ପ୍ରଡକ୍ସନ ହାଉସର ଆବଶ୍ୟକ ମୁତାବକ  ଖୋଲା ଯାଇଥିଲା ଏବଂ ସେଠାରେ ଉପସ୍ଥିତ ସମସ୍ତଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe