ଆସନ୍ତା ଡିସେମ୍ବର ୨ତାରିଖରେ ନିକ୍‌ ଓ ପ୍ରିୟଙ୍କା ବିବାହ ବନ୍ଧନରେ ଅବାଦ୍ଧ ହେବେ !

Advertisment
ଆସନ୍ତା ଡିସେମ୍ବର ୨ତାରିଖରେ ନିକ୍‌ ଓ ପ୍ରିୟଙ୍କା ବିବାହ ବନ୍ଧନରେ ଅବାଦ୍ଧ ହେବେ !

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିବାହ ତାରିଖ ସ୍ଥିର ହୋଇଯାଇଥିବା ଶୁଣିବାକୁ ମିଳିଛି।

ଜଣାଶୁଣା ଭାରତୀୟ ହିନ୍ଦୀ ତାରକା ପ୍ରିୟଙ୍କା ଚୋପ୍ରା ତାଙ୍କର ବିଦେଶୀ ବନ୍ଧୁ ନିକ୍‌ ଜୋନ୍‌ସଙ୍କ ଆସନ୍ତା ଡିସେମ୍ବର ୨ ତାରିଖରେ ବିବାହ ହେବ। ନିକ୍‌ ଓ ପ୍ରିୟଙ୍କାଙ୍କ ବିବାହ ଯୋଧପୁରରେ ଆୟୋଜିତ ହେବାର ଯୋଜନା ରହିଛି। ସେମାନଙ୍କ ବିବାହ ପୂର୍ବରୁ ହେବାରୁ ଥିବା ମାଙ୍ଗଳିକ କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ। ଅର୍ଥାତ୍‌ ନଭେମ୍ବର ୩୦ରୁ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨ତାରିଖରେ ସରିବ। ନିକ୍‌ ଓ ପ୍ରିୟଙ୍କାଙ୍କ ନିର୍ବନ୍ଧ ଗତ ଅଗଷ୍ଟ ୧୮ ତାରିଖରେ ହୋଇଥିଲା। ଦୁହିଁଙ୍କ ସାକ୍ଷାତ ଗତବର୍ଷ ମେଟ ଗାଲା ଇଭେଣ୍ଟରେ ହୋଇଥିଲା। ସେବେଠାରୁ ଦୁହେଁଦୁହିଁଙ୍କ ଭଲ ବନ୍ଧୁ ରହି ଆସିଥିଲେ ଓ ପରେ ବିବାହ କରିବେ ବୋଲି ସ୍ଥିର କରିିଥିଲେ।

ନିକ୍‌ଙ୍କ ମତରେ ପ୍ରାୟ ୨୦୦ଜଣ ବନ୍ଧୁଙ୍କ ଗହଣରେ ବିବାହ ଆୟୋଜିତ ହେବ। ବିବାହ ଉତ୍ସବକୁ ନିକ୍‌ ସାନଭାଇ ଜିଓ ଜୋନସ୍‌ ଏବଂ ଗେମ୍‌ ଅଫ୍‌ ଥ୍ରୋନ୍‌ ଷ୍ଟାର ସୋଫି ଟର୍ଣ୍ଣର ଯୋଗ ଦେଉଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe