ବିବାହ ପରେ ପରେ ପ୍ରଶଂସକଙ୍କୁ ସାହାଯ୍ୟ ମାଗିଲେ ପ୍ରିୟଙ୍କାଙ୍କ ଭାଉଜ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ କିଛି ଦିନ ତଳେ ବିବାହ କରିଥିଲେ। ହଳଦୀ, ସଙ୍ଗିତ୍ ଓ ବିବାହର ଫଟୋ ଖୁବ ଭାଇରାଲ ହୋଇଥିବା ବେଳେ ଏବେ ତାଙ୍କ ଭାଉଜଙ୍କର ହଳଦୀ ପାଇଁ ଆଲର୍ଜୀ ହୋଇଥିବା ଜଣାପଡ଼ିଛି।

tpriyanka

ମୁମ୍ବାଇ: କିଛି ଦିନ ତଳେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବିବାହ ନୀଲମ ଉପାଧ୍ୟାୟଙ୍କ ସହ ହୋଇଥିଲା। ବିବାହରେ ଅଭିନେତ୍ରୀ ବହୁତ ମଜା କରିଥିବାର ଅନେକ ଭିଡିଓ ସାମ୍ନାକୁ ଆସିଥିଲା। ହଳଦୀ, ସଙ୍ଗିତ୍ ଓ ବିବାହର ଫଟୋ ଖୁବ ଭାଇରାଲ ହୋଇଥିବା ବେଳେ ଏବେ ତାଙ୍କ ଭାଉଜ ଏକ ଆଶ୍ଚର୍ଯ୍ୟଜନକ ଖବର ଦେଇଛନ୍ତି। ପ୍ରିୟଙ୍କାଙ୍କ ଭାଉଜ ନୀଲମ ନିଜର ଏକ ଫଟୋ ସେୟାର କରିଛନ୍ତି ଏବଂ ଖୋଲାଖୋଲି ଭାବରେ ଲୋକଙ୍କଠାରୁ ସାହାଯ୍ୟ ମାଗିଛନ୍ତି।

ବିବାହ ପରେ ପ୍ରିୟଙ୍କାଙ୍କ ଭାଉଜଙ୍କ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଇନଷ୍ଟାଗ୍ରାମ ଷ୍ଟୋରୀରେ, ନୀଲମ ତାଙ୍କ ବେକର ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଅଜବ ଚିହ୍ନ ଦୃଶ୍ୟମାନ ହେଉଛି। ଏଗୁଡ଼ିକର ସମାଧାନ ପାଇଁ ନୀଲମ ତାଙ୍କ ଫଲୋୟର୍ସମାନଙ୍କୁ ସାହାଯ୍ୟ ମାଗିଛନ୍ତି। 

Priyanka Chopra Bhabhi

ଫଟୋ ସେୟାର କରି ସେ କହିଛନ୍ତି ଯେ, ବିବାହ ପରେ ତାଙ୍କର ଚର୍ମ ଆଲର୍ଜି ହେଉଛି, ଯାହା ସମ୍ଭବତଃ 'ହଳଦୀ' ସମାରୋହରେ ବ୍ୟବହୃତ ହଳଦୀ ଯୋଗୁଁ ହୋଇଛି। ହଳଦୀ କାର୍ଯ୍ୟକ୍ରମ ପୂର୍ବରୁ 'ପ୍ୟାଚ୍ ଟେଷ୍ଟ' କରାଇଥିଲେ ନୀଲମ। ସେତେବେଳେ ସବୁ ଠିକ୍ ଥିବା ବେଳେ ଏବେ ତାଙ୍କ ଦେହରେ କଳା ଦାଗ ହୋଇଯାଇଥିବା ଜଣାଇଛନ୍ତି ନୀଲମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe