Variety
ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ୍-ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ନିକଟ ଅତୀତରେ ନିଜ ବିବାହ ଏବଂ ଅଭିନୟ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ପ୍ରିୟଙ୍କା ଏବେ ନିଜ ବ୍ରାଣ୍ଡ ଭ୍ୟାଲୁକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଚଳିତ ବର୍ଷ ଅକ୍ଷୟ କୁମାରଙ୍କ ସହ ୩ ଜଣ ଖାନ(ଶାହାରୁଖ ଖାନ, ସଲମାନ ଖାନ ଓ ଆମୀର ଖାନ)ଙ୍କଠାରୁ ପ୍ରିୟଙ୍କାଙ୍କ ବ୍ରାଣ୍ଡ ଭ୍ୟାଲୁ ଅଧିକ ରହିଛି।
ସେଲିବ୍ରିଟିଙ୍କ ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆ ଉପସ୍ଥିତି ଉପରେ ନଜର ରଖିଥିବା ବିଶ୍ଳେଷଣକାରୀ କମ୍ପାନି ଚେକବ୍ରାଣ୍ଡ ଅନୁଯାୟୀ ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ପ୍ରିୟଙ୍କାଙ୍କ ବ୍ରାଣ୍ଡ ଭ୍ୟାଲୁ ସର୍ବାଧିକ ୨୬୫କୋଟି ଟଙ୍କା ରହିଥିଲା।
People.comଏହି ୱେବସାଇଟ୍ ଅଧିକ ଟ୍ରେଣ୍ଡରେ ଥିବା ଚଳଚ୍ଚିତ୍ର ତାରକାଙ୍କ ତ୍ରୟମାସିକ ବିଶ୍ଳେଷଣ ଉପସ୍ଥାପନ କରିଛି | କମ୍ପାନି ଅଗଷ୍ଟରୁ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ୨୬ଟି ଭାରତୀୟ ଚଳଚ୍ଚିତ୍ର ତାରକାଙ୍କ ସୋସିଆଲ ମିଡିଆର ଉପସ୍ଥିତି ଏବଂ ଡିଜିଟାଲ ଯୋଗଦାନ ଉପରେ ଅଧ୍ୟୟନ କରିଛି |
ରିପୋର୍ଟ ଅନୁଯାୟୀ, ଯଦି ଫଲୋୟର୍ସ ଏବଂ ସୋସିଆଲ ମିଡିଆର ଯୋଗଦାନକୁ ଟଙ୍କାରେ ଆକଳନ କରିବା, ତେବେ ପ୍ରିୟଙ୍କା ଚୋପ୍ରା ଜୋନ୍ସଙ୍କ ବ୍ରାଣ୍ଡ ଭ୍ୟାଲୁ ସର୍ବାଧିକ ୨୬୫କୋଟି ଟଙ୍କା ରହିଛି। ଏହା ପରେ ଅକ୍ଷୟ କୁମାର ଯଥାକ୍ରମେ ୨୬୦କୋଟି ଏବଂ ସଲମାନ ଖାନ ୨୫୨କୋଟି ଟଙ୍କା ସହିତ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଦୀପିକା ପାଦୁକୋନ ଏବଂ ଶାହରୁଖ ଖାନ ଅଛନ୍ତି। ଏମାନଙ୍କ ବ୍ରାଣ୍ଡ ଭ୍ୟାଲୁ ଯଥାକ୍ରମେ ୨୧୧କୋଟି ଟଙ୍କା ଏବଂ ୨୦୯କୋଟି ରହିଛି ।
Follow Us