ବଲିଉଡ ଏବଂ ହଲିଉଡର ଲୋକପ୍ରିୟ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ମନ ଏବେ ଟିିକେ ଭଲ ନାହିଁ। କାରଣ ସେ ଭାବୁଥିଲେ ତାଙ୍କ ପ୍ରଯୋଜିତ ମରାଠୀ ସିନେମା‘ଭେଣ୍ଟିଲେଟର୍’କୁ ଓସ୍କାର ପାଇଁ ଭାରତରୁ ନାମାଙ୍କନ ମିଳିବ,ମାତ୍ର ତାହା ହେଲା ନାହିଁ। ଏହି ସିନେମାକୁ ନ୍ୟୁୟର୍କ ଫିଲ୍ମ ଫେଷ୍ଟିଭାଲରେ ଉଚ୍ଚ ପ୍ରଶଂସା ମିଳିଥିଲା। ମାତ୍ର‘ନିଉଟନ୍’କୁ ଏହି ବିରଳ ସୁଯୋଗ ମିଳିଥିବା ହେତୁ ପ୍ରିୟଙ୍କା ହତାଶ ହୋଇଛନ୍ତି ବୋଲି ‘ଭେଣ୍ଟିଲେଟର୍’ର ନିର୍ଦ୍ଦେଶକ ରାଜେଶ ମାପୁଷ୍କର କହିଛନ୍ତି।‘ନିଉଟନ୍’ର ଟାଇଟଲ୍ ରୋଲ୍ରେ ଅଛନ୍ତି ରାଜ କୁମାର ରାଓ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍ ମାସୁରକର୍। ଏଥର ଓସ୍କାର ଦୌଡ଼ରେ ‘ଦଙ୍ଗଲ୍’, ‘ମୁକ୍ତିପଥ୍’ ଏବଂ ‘ଭେଣ୍ଟିଲେଟର୍’ ମଧ୍ୟ ଥିଲେ।
ପ୍ରିୟଙ୍କା ଚୋପ୍ରାଙ୍କ ମନ ଭଲ ନାହିଁ , କାରଣ ଜାଣନ୍ତୁ !
Advertisment
Follow Us