ରାଜାମୌଲିଙ୍କ ଫିଲ୍ମରେ ନଜର ଆସିବେ ପ୍ରିୟଙ୍କା, ନେବେ ୩୦କୋଟି !

ସାଉଥ୍ ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲିଙ୍କ ଫିଲ୍ମ 'ଏସ୍ ଏସ୍ ଏମ୍ ବି ୨୯'ରେ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କୁ କାଷ୍ଟ କରାଯାଇଛି। ସେ ଏହି ଫିଲ୍ମରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ସହ ନଜର ଆସିବେ।

tpriyanka

ମୁମ୍ବାଇ: ହଲିଉଡ୍ ପରେ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଭାରତୀୟ ସିନେମାକୁ ଫେରିବାକୁ ଯାଉଛନ୍ତି। ପ୍ରାୟ ୯ବର୍ଷର ଦୀର୍ଘ ବ୍ୟବଧାନ ପରେ, ସେ ଏକ ଭାରତୀୟ ଫିଲ୍ମ ସାଇନ୍ କରିଛନ୍ତି। ତାଙ୍କୁ ଦକ୍ଷିଣର ବଡ଼ ନିର୍ଦ୍ଦେଶକ ଏସ.ଏସ.ରାଜାମୌଲିଙ୍କ ଆଗାମୀ ଫିଲ୍ମ 'ଏସଏସଏମବି ୨୯'ରେ କାଷ୍ଟ କରାଯାଇଛି।

ପ୍ରିୟଙ୍କା ଏହି ଫିଲ୍ମରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ସହ ନଜର ଆସିବେ। କିନ୍ତୁ ଏବେ ଏଭଳି କିଛି ଖବର ଆସୁଛି ଯାହା ଶୁଣିବା ପରେ କାହାରି ପାଇଁ ବିଶ୍ୱାସ କରିବା ପ୍ରାୟ ଅସମ୍ଭବ ହେବ। କୁହାଯାଉଛି ଯେ, ପ୍ରିୟଙ୍କା ଏହି ଫିଲ୍ମରେ କାମ କରିବା ପାଇଁ ୩୦କୋଟି ପାରିଶ୍ରମିକ ନେଉଛନ୍ତି। ଏହା ଭାରତର ଅନ୍ୟ ଅଭିନେତ୍ରୀମାନେ ନେଉଥିବା ପାରିଶ୍ରମିକଠାରୁ ଢ଼େର ଅଧିକ। ଏହା ପୂର୍ବରୁ ଦୀପିକା ପାଦୁକୋନ ଫିଲ୍ମ ପଦ୍ମାବତ ପାଇଁ ୧୩କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ, ଯାହା ସେ ସମୟରେ ଅନ୍ୟ ଅଭିନେତ୍ରୀମାନେ ନେଉଥିବା ପାରିଶ୍ରମିକଠାରୁ ଢ଼େର ଅଧିକ ଥିଲା। ଏବେ ପ୍ରିୟଙ୍କା ସବୁ ସୀମାକୁ ଅତିକ୍ରମ କରି ଅଧିକ ପାରିଶ୍ରମିକପ୍ରାପ୍ତ ଅଭିନେତ୍ରୀ ହୋଇପାରିଛନ୍ତି।

ପ୍ରିୟଙ୍କାଙ୍କ ପାଖରେ ଷ୍ଟାର ପାୱାର ରହିଛି। ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସକ ଅଛନ୍ତି । ସେ ଅନେକ ହଲିଉଡ୍ ପ୍ରୋଜେକ୍ଟରେ କାମ କରିଛନ୍ତି ଯାହା ସୁପରହିଟ୍ ପ୍ରମାଣିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe