ତୁଟିଗଲା ବିବାଦ! ଅମ୍ବାନୀଙ୍କ ପାର୍ଟିରେ ପରସ୍ପରଙ୍କୁ ଆଲିଙ୍ଗନ କଲେ ପ୍ରିୟଙ୍କା ଓ କରଣ

Advertisment
ତୁଟିଗଲା ବିବାଦ! ଅମ୍ବାନୀଙ୍କ ପାର୍ଟିରେ ପରସ୍ପରଙ୍କୁ ଆଲିଙ୍ଗନ କଲେ ପ୍ରିୟଙ୍କା ଓ କରଣ

www.google.com

ମୁମ୍ବାଇ: ଶୁକ୍ରବାର ସ୍ବାମୀ ନିକ୍‌ ଜୋନାସ୍‌ ଓ ଝିଅ ମାଲ୍‌ତୀ ମ୍ୟାରିଙ୍କ ସହ ସ୍ବଦେଶକୁ  ଫେରିଛନ୍ତି ବଲିଉଡ୍‌ରୁ ହଲିଉଡ୍‌ ଅଭିନେତ୍ରୀ ସାଜିଥିବା ପ୍ରିୟଙ୍କା ଚୋପ୍ରା। ପିସି ନିଜ ଦେଶକୁ ଆସି ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ୍‌ ସେଣ୍ଟର୍‌ (ଏନ୍‌ଏମ୍‌ସିସି)ର ଲଞ୍ଚ୍‌ ଉତ୍ସବରେ ନଜର ଆସିଥିଲେ। ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌, ସଲ୍‌ମାନ ଖାନ୍‌, ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହଙ୍କ ପରି ତାରକାଙ୍କ ମେଳରେ ଝଲସୁ ଥିବା ଉତ୍ସବରେ ସିନେ ନିର୍ମାତା କରଣ ବି ଥିଲେ। ତେବେ ଯେତେବେଳେ କରଣଙ୍କ ପ୍ରିୟଙ୍କା ପରସ୍ପରଙ୍କ ସାମ୍ନାସାମ୍ନି ହୋଇଗଲେ ତ ସେମାନେ ପରସ୍ପରଙ୍କୁ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା। ପରସ୍ପରଙ୍କୁ ହସି ହସି ଆଲିଙ୍ଗନ କରୁଥିବା ଦୃଶ୍ୟ ଏବେ କ୍ୟାମେରାରେ କଏଦ ହେବା ପରେ ସେହି ସମୟରେ ଭିଡିଓ ଚାରିଆଡ଼େ ଘୂରି ବୁଲୁଛି।

କରଣ ଓ ପ୍ରିୟଙ୍କାଙ୍କ ମଧ୍ୟରେ ସଂପର୍କ ଠିକ୍‌ ରହିଛି ଦେଖି ଦର୍ଶକ ଚକିତ ହୋଇଛନ୍ତି। ଆପଣ ଜାଣିଥିବେ ଯେ ପିସି ଏକ ସାକ୍ଷାତ୍‌କାରରେ କହିଥିଲେ ଯେ ବଲିଉଡ୍‌ରେ ସେ ଗୋଳିଆ ରାଜନୀତିର ଶିକାର ହୋଇଛନ୍ତି। ହିନ୍ଦୀ ଫଲ୍ମରେ ତାଙ୍କୁ ସେତେଟା ଗୁରୁତ୍ବ ନମିଳିବାରୁ ସେ ବାଧ୍ୟ ହୋଇ ହଲିଉଡ୍‌ ଗଲେ।

ପ୍ରିୟଙ୍କାଙ୍କ ଏହି ସାକ୍ଷାତ୍‌କାର ପରେ ଅଭିନେତ୍ରୀ କଙ୍ଗ୍‌ନା ରାଣାୱତ କହିଥିଲେ କି କରଣ ଜୋହର ପ୍ରିୟଙ୍କାଙ୍କୁ ବଲିଉଡ୍‌ରୁ ବ୍ୟାନ୍‌ କରିବା ପରେ ସେ ଯାଇ ବିଦେଶରେ ‌‘ସେଟେଲ୍‌’ ହୋଇଛନ୍ତି। ତେବେ ପ୍ରିୟଙ୍କା ଯେଉଁ ଭଳି ଭାବେ କରଣଙ୍କୁ ମିଳିଛନ୍ତି ସେଥିରୁ ଲାଗୁଛି ଯେ ଦୁହିଁଙ୍କ ମଧ୍ୟରେ ‌ଏବେ ସବୁ ଠିକ୍‌ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe