ସ୍ବପ୍ନର ଘର ତିଆରି କରିବା ପାଇଁ ୧୪୪କୋଟି ଦେଇ ୨,୦୦୦ସ୍କୋୟର ଫୁଟର ଜମି କିଣିଲେ ପ୍ରିୟଙ୍କା-ନିକ୍, ଜାଣନ୍ତୁ କ’ଣ ରହିବ ସୁବିଧା?

ସ୍ବପ୍ନର ଘର ତିଆରି କରିବା ପାଇଁ ୧୪୪କୋଟି ଦେଇ ୨,୦୦୦ସ୍କୋୟର ଫୁଟର ଜମି କିଣିଲେ ପ୍ରିୟଙ୍କା-ନିକ୍, ଜାଣନ୍ତୁ କ’ଣ ରହିବ ସୁବିଧା?

aajtak.intoday.in

ନୂଆଦିଲ୍ଲୀ : ଲସ୍ ଆଞ୍ଜେଲସ ପାଖରେ ଥିବା ଏନସିନୋରେ ପ୍ରିୟଙ୍କା ଓ ନିକ୍ ମିଶି ନିଜ ସ୍ବପ୍ନର ଘର ପାଇଁ ଜମି କିଣି ନେଇଥିବା ଜଣାପଡ଼ିଛି। ୧୪୪କୋଟି ଟଙ୍କା ଦେଇ ଦୁହେଁ ୨,୦୦୦ସ୍କୋୟର ଫୁଟର ଜମି କିଣିଥିବା ନେଇ ସୂଚନା ମିଳିଛି। କେବଳ ପ୍ରିୟଙ୍କା-ନିକ୍ ନୁହନ୍ତି, ନିକଙ୍କ ଭାଇ ‌ଜୋ ଜୋନସ ଓ ତାଙ୍କ ପତ୍ନୀ ସୋଫି ଟର୍ଣ୍ଣର ମଧ୍ୟ ୧୦୦କୋଟି ଟଙ୍କା ଦେଇ ୧,୫୦୦ସ୍କୋୟର ଫୁଟର ଜମି କିଣିଥିବା ଜଣାପଡ଼ିଛି।

प्रियंका-निक यहां बनाएंगे सपनों का आशियाना, 144 करोड़ में घरीदी जगह aajtak.intoday.in

ମିଳିଥିବା ସୂଚନା ମୁତାବକ, ପ୍ରିୟଙ୍କା ନୂଆ ଘରେ ୧୧ଟି ଶୋଇବା ଘର ରହିବ। ଛାତକୁ ଉଚ୍ଚା ରଖାଯିବ। ସେହିଭଳି ଭାବରେ ଜୋ ଜୋନସଙ୍କ ଘରେ ୧୦ଟି ଶୋଇବା ଘର ଓ ୧୪ଟି ଶୌଚାଳୟ ରହିବ। ଅଗଷ୍ଟରେ ଖବର ମିଳିଥିଲା କି ନିକ୍ ନିଜର ପୁରୁଣା ଘର ବିକ୍ରି କରିଦେବା ସହ ନୂଆ ଘର ଖୋଜିବା ଆରମ୍ଭ କରିଛନ୍ତି। ପୁରୁଣା ଘରେ ସେ ଏକା ରହୁଥିବା ବେଳେ ଏବେ ନୂଆ ଘରେ ସେ ପ୍ରିୟଙ୍କାଙ୍କ ସହ ରହିବେ। ଗତ ବର୍ଷ ଡିସେମ୍ବରରେ ଦୁହେଁ ବିବାହ କରିଥିବା ବେଳେ ଆଗକୁ ଦୁହିଁଙ୍କ ବିବାହ ବାର୍ଷିକୀ ଆସିବାକୁ ଯାଉଛି। ଯାହାକୁ ନେଇ ନିକ୍ ସ୍ବତନ୍ତ୍ର ଆୟୋଜନ କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe