ମୁମ୍ବାଇ: ବଲିଉଡ ଓ ହଲିଉଡ୍ରେ ନିଜ ଅଭିନୟର ଜଲ୍ଓ୍ଵା ଦେଖାଇବାପରେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର ପ୍ରେମିକ ତଥା ଆମେରିକାନ୍ ସିଙ୍ଗର୍ ନିକ୍ ଜୋନ୍ସଙ୍କୁ ବିବାହ କରିବେ। ଏହି ବାହାଘର କେବେ ହେବ ସେଥିନେଇ ଏବେ ଠୋସ୍ ତଥ୍ୟ ମିଳିଛି। ଏହି ଯୋଡି ଏ ବର୍ଷ ନଭେମ୍ବର ମାସର ଶେଷବେଳକୁ ବିବାହ କରିବେ ବୋଲି ଖବର ମିଳିଛି । ଏହି ବଲିଉଡ ବାହାଘର ରାଜସ୍ଥାନର ମେହେରାନଗଡ଼ ଦୁର୍ଗରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। କିଛି ଦିନତଳେ ଏଥିଲାଗି ଉଭୟ ପ୍ରିୟଙ୍କା ଚୋପ୍ରା ତାଙ୍କର ପ୍ରେମିକ ସିଙ୍ଗର୍ ନିକ୍ ଜୋନ୍ସ ଯୋଧପୁର ଯାଇଥିବା କୁହାଯାଉଛି।ସେଠାରେ ସମସ୍ତ ବ୍ୟବସ୍ଥା କରାଯାଉଛି। ଖାଲି ସେତିକି ନୁହେଁ ଏହା ହେବ ମେହେରାନଗଡ଼ ଦୁର୍ଗରେ ଅନୁଷ୍ଠିତ ପ୍ରଥମ ବଲିଉଡ ଓ୍ଡ଼ିଂ।
/sambad/media/post_attachments/wp-content/uploads/2018/10/priyanka-nick-300x203.jpg)
ନିକ୍ ଅଭିନେତ୍ରୀ ପ୍ରିୟଙ୍କାଙ୍କୁ ନିର୍ବନ୍ଧ ପରେ ପୂର୍ବପେକ୍ଷା ଅଧିକ ଖୁସି ରହିଥିବା ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ମହଲରୁ ଶୁଣିବାକୁ ମିଳିଛି। ତେଣେ ଉଭୟ ପରିବାର ପକ୍ଷରୁ ବାହାଘରଲାଗି ଜୋରସୋରରେ ପ୍ରସ୍ତୁତି ବି ଚାଲିଛି। ଏଠାରେ ସୂଚନାଯୋଗ୍ୟ ଯେ ସଂପ୍ରତି ପ୍ରିୟଙ୍କା ‘ଦ ସ୍କାଏ ଇଜ୍ ପିଙ୍କ’ ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି।
Follow Us