ଖପ୍ପା ସଲମାନ୍‌ଙ୍କୁ ଏପରି କଥା କହି ବୁଝାଇଲେ ପ୍ରିୟଙ୍କା 

Advertisment
ଖପ୍ପା ସଲମାନ୍‌ଙ୍କୁ ଏପରି କଥା କହି ବୁଝାଇଲେ ପ୍ରିୟଙ୍କା 

ନୂଆଦିଲ୍ଲୀ: ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସଲମାନ୍‌ ଖାନ୍‌ଙ୍କ ଷ୍ଟାରର ସିନେମା ‘ଭାରତ’କୁ ଛାଡ଼ି ଦେଇଥିବା ଖବର ମିଳିଥିଲା। ତେବେ ପ୍ରିୟଙ୍କା ‘ଭାରତ’କୁ କାହିଁକି ଛାଡ଼ିଲେ ସେନେଇ ସ୍ପଷ୍ଟ କାରଣ ଏଯାବତ୍‌ ଜଣାପଡ଼ି ନାହିଁ। ତେବେ କୁହାଯାଉଛି କି, ପ୍ରିୟଙ୍କା ତାଙ୍କର ଏକ ବଲିଉଡ୍‌ ସିନେମା ଓ ବୟଫ୍ରେଣ୍ଡ ନିକ୍‌ ଜୋନସକୁ ବିବାହ କରିବା କାରଣରୁ ଏମିତି କିରିଛନ୍ତି। ଏହାପରେ ଚର୍ଚ୍ଚା ହେଲା କି ପ୍ରିୟଙ୍କା ‘ଭାରତ’ ଛାଡ଼ିବା ହେତୁ ସଲମାନ୍‌ ଓ ତାଙ୍କ ସମ୍ପର୍କରେ ଆଞ୍ଚ ଆସିବ।

publive-image

ଏବେ ଖବର ଆସିଛି କି, ପ୍ରିୟଙ୍କାଙ୍କ ହଲିଉଡ ସିନେମା ପୋଷ୍ଟପୋନ୍‌ ହୋଇଯାଇଛି। ଅନ୍ୟପଟେ ସଲମାନ୍‌ଙ୍କ ଅଭିମାନକୁ ପ୍ରିୟଙ୍କା ସହ୍ୟ କରି ପାରୁ ନାହାନ୍ତି। ସେ ସଲମାନ୍‌ଙ୍କୁ ଖୁସି କରାଇବା ପାଇଁ ତାଙ୍କରି ବ୍ୟାନରର ସିନେମାକୁ ପ୍ରଶଂସା କରିବା ରାସ୍ତାକୁ ଆପଣାଇଛନ୍ତି। ଯେଉଁଥିରେ ସେ ତାଙ୍କ ଭେଣେଇ ଆୟୁଷ ଶର୍ମାଙ୍କୁ ଲଞ୍ଚ୍‌ କରୁଛନ୍ତି। ପ୍ରିୟଙ୍କା ଲବରାତ୍ରି ସିନେମା ଓ ଆୟୁଷଙ୍କୁ ପ୍ରଶଂସା କରି ଲେଖିଛନ୍ତି, ‘ମୋର ସାଙ୍ଗ ଆୟୁଷ ତୁମକୁ ସିନେମା ଜଗତରେ ସ୍ୱାଗତ କରୁଛି, ଏହି ଟ୍ରେଲରରୁ ଲାଗୁଛି କି ତୁମେ ଜବରଦସ୍ତ ଡେବ୍ୟୁ କରିବାକୁ ଯାଉଛ। ଅଲ ଦି ବେଷ୍ଟ, ଲବରାତ୍ରିକୁ ବି ବହୁତ ଭଲପାଇବା ଦେଉଛି।

ସେପଟେ ସଲମାନ୍‌ ସ୍ପଷ୍ଟ ଭାବେ କହି ଦେଇଥିଲେ କି, ପ୍ରିୟଙ୍କା ତାଙ୍କୁ ସତ ଲୁଚାଇ ଥିଲେ, ଶେଷ ମୁହୂର୍ତ୍ତରେ ସିନେମା ଛାଡ଼ି ଥିବାରୁ ସେ ତାଙ୍କ ଉପରେ ଖପ୍ପା ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe