ଘରକୁ ଫେରି ଆସିବାକୁ କହିଲେ ସଲମାନ, ଦେଶୀ ଗର୍ଲ ଖୁବ୍‌ ଶୀଘ୍ର ଫେରୁଛି ବୋଲି ଉତ୍ତର ଦେଲେ ପ୍ରିୟଙ୍କା

Advertisment
ଘରକୁ ଫେରି ଆସିବାକୁ କହିଲେ ସଲମାନ, ଦେଶୀ ଗର୍ଲ ଖୁବ୍‌ ଶୀଘ୍ର ଫେରୁଛି ବୋଲି ଉତ୍ତର ଦେଲେ ପ୍ରିୟଙ୍କା

ମୁମ୍ବାଇ: ଆପଣ ଜାଣିଥିବେ ନିଶ୍ଚୟ ଇତି ମଧ୍ୟରେ ‘ଭରତ’ ଚଳଚ୍ଚିତ୍ରର ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଗତକାଲି ପ୍ରଥମଥର ପାଇଁ ସୁଟିଂ ସେଟ୍‌ରେ ଉପସ୍ଥିତ ଥିଲେ ଅଭିନେତା ସଲମାନ ଖାନ। ତେବେ ଏହି ଚଳଚ୍ଚିତ୍ରରେ ସଲମାନଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବେ କୃଷ୍ଣ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଦୀର୍ଘ ୧୦ ବର୍ଷ ପରେ ପୁଣି ଥରେ ପରଦାରେ ଏକତ୍ର ନଜର ଆସିବେ ଏହି ଦୁଇ ଲୋକପ୍ରିୟ ଯୋଡ଼ି। ଅଲି ଆବାସ ଜାଫରଙ୍କର ଏହି ଚଳଚ୍ଚିତ୍ର ଜରିଆରେ ପୁଣି ଦର୍ଶକେ ସଲୁ ମିଆଁ ଓ ଦେଶୀ ଗର୍ଲଙ୍କ କେମେଷ୍ଟ୍ରି ଦେଖିବାର ସୁଯୋଗ ପାଇବେ।

publive-image

ଉଲ୍ଲେଖଯୋଗ, ବିଦେଶରେ ନିଜର ସୋ’ କାର୍ଯ୍ୟରେ ବ୍ୟସ୍ତ ଥିବା ପ୍ରିୟଙ୍କାଙ୍କୁ ଏକଦମ ସ୍ୱତନ୍ତ୍ର ଶୈଳୀରେ ଦେଶକୁ ଫେରିବାକୁ କହିଛନ୍ତି ସଲମାନ। ସେ ସୋସିଆଲ୍‌ ମିଡିଆରେ ଲେଖିଛନ୍ତି, ‘#ଭରତ ସ୍ୱାଗତ କରୁଛି। ଘରକୁ ଫେରି ଆସ @ପ୍ରିୟଙ୍କା ଚୋପ୍ରା. ଖୁବ୍‌ ଶୀଘ୍ର ଦେଖା ହେବ।’ ଆହୁରି ଟିକେ ବ୍ୟଙ୍ଗ କରି ଲେଖିଛନ୍ତି କି ଯାହାବି ହେଉ ୨୦୧୯ ଇଦ୍‌ରେ ରିଲିଜ୍‌ ହେବାକୁ ଯାଉଥିବା ଆମ ଚଳଚ୍ଚିତ୍ର ଏକ ହିନ୍ଦୀ ଚଳଚ୍ଚିତ୍ର।

ସଲମାନଙ୍କ ଏହି ପୋଷ୍ଟର ମଜାଦାରିଆ ଉତ୍ତର ଦେଇଛନ୍ତି ପ୍ରିୟଙ୍କା। ସେ କହିଛନ୍ତି, ‘ୟୁପି ବରେଲିରୁ ବଢ଼ିଛି ଜନାବ। ଦେଶୀ ଗାର୍ଲ ଫର୍‌ଏଭର୍‌। ‘ଭରତ’ର ଏକ ଅଂଶ ହୋଇଥିବାରୁ ଅନେକ ଖୁସି। ସମସ୍ତଙ୍କ ସହ ସେଟ୍‌ରେ ଦେଖା ହେବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe