ବଲିଉଡକୁ ନେଇ ଏଭଳି କଥା କହିଲେ ପ୍ରିୟଙ୍କା

Advertisment
ବଲିଉଡକୁ ନେଇ ଏଭଳି କଥା କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡର ଦେଶୀ ଗାର୍ଲ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକା ସମୟରେ ଜଣେ ଗ୍ଲୋବାଲ ଆଇକନ ହୋଇଯାଇଛନ୍ତି। ପ୍ରିୟଙ୍କା ତାଙ୍କର ପରିଶ୍ରମ ହେତୁ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୮ ବର୍ଷ ବୟସରେ ୨୦୦୦ ମସିହାରେ ପ୍ରିୟଙ୍କା ମିସ୍ ୱାର୍ଲଡର ମୁକୁଟ ପିନ୍ଧି ସବୁ ଭାରତୀୟଙ୍କ ପାଇଁ ଗର୍ବ ପାଲଟିଥିଲେ । କିନ୍ତୁ ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ବଲିଉଡ ଇଣ୍ଡଷ୍ଟ୍ରି ତାଙ୍କ ସହିତ ଖରାପ ବ୍ୟବହାର କରିଥିଲା ବୋଲି ସେ କହିଛନ୍ତି।

ପ୍ରିୟଙ୍କା ତାଙ୍କ ଅଭିନୟ ଡେବ୍ୟୁ ତାମିଲ ସିନେମାରୁ କରିଥିଲେ। ଏହାପରେ ତାଙ୍କୁ ହିନ୍ଦୀ ସିନେମାରେ ଅଭିନୟ କରିବାର ଦେଖିବାକୁ ମିଳିଥିଲା। ନିକଟରେ ଦେଇଥିବା ଏକ ସାକ୍ଷାତକା‌ରରେ ପ୍ରିୟଙ୍କା କହିଛନ୍ତି, ତାଙ୍କ ରଙ୍ଗ ପାଇଁ କିପରି ବଲିଉଡ ଇଣ୍ଡଷ୍ଟ୍ରିରୁ ସେ ଅନେକ ଥର ଅପମାନିତ ହୋଇଛନ୍ତି।’

ନିକଟରେ ବିବିସିର ‘୧୦୦ ୱମେନ’ ତାଲିକାରେ ପ୍ରିୟଙ୍କା ଚୋପ୍ରାଙ୍କ ନାମ ସାମିଲ କରାଯାଇଛି। ସେ ୨୦୨୨ରେ ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରୁ ଜଣେ ଥିଲେ। ଏହି କ୍ରମରେ ବିବିସି ସହିତ ପ୍ରିୟଙ୍କା ଚୋପ୍ରା ବଲିଉଡରେ କିପରି ତାଙ୍କ ସହିତ ରଙ୍ଗକୁ ନେଇ ଭେଦଭାବ କରାଯାଇଥିଲା ତାହାକୁ ସେ ବଖାଣିଛନ୍ତି।

ପ୍ରିୟଙ୍କା କହିଛନ୍ତି, ‘ମୋତେ କଳା ବିଲେଇ ଓ ଶ୍ୟାମଳୀ’ କୁହାଯାଉଥିଲା। ଏଭଳି କଥା ଶୁଣିଶୁଣି ମୋତେ ବହୁତ କଷ୍ଟ ଲାଗିଥାଏ। ମୁଁ ସୁନ୍ଦର ନୁହେଁ ବୋଲି ମୋତେ ଲାଗିଥିଲା। ଏମିତି ସମୟରେ ମୁଁ ସ୍ଥିର କରିଥିଲି ଅନ୍ୟମାନଙ୍କ ଅପେକ୍ଷା ମୋତେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବିଶ୍ବାସ ଥିଲା କି ମୋ’ ଠାରୁ ରଙ୍ଗ ଅଧିକା ଥିବା ଅଭିନେତ୍ରୀଙ୍କ ଠାରୁ ମୋର ଟ୍ୟାଲେଣ୍ଟ କିଛି ମାତ୍ରାରେ ଅଧିକ ଥିଲା।’

ଗତ ସପ୍ତାହରେ ପ୍ରିୟଙ୍କା ଚୋପ୍ରା ସାଉଦି ଆରବରେ ରେଡ ସି ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ନଜର ଆସିଥିଲେ। ନିଜର ଲୁକ୍ସ ପାଇଁ ସେ ସୋସିଆଲ ମିଡିଆରେ ଛାଇ ଯାଇଥିଲେ। ତାଙ୍କର ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ପ୍ରିୟଙ୍କା ଖବୁଶୀଘ୍ର ‘ଲଭ ଏଗେନ’ରେ ନଜର ଆସି‌ବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe