aajtak.intoday.in
ମୁମ୍ବାଇ: ବିଶ୍ବସ୍ତରରେ ଭାରତକୁ ଚର୍ଚ୍ଚିତ କରାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ସୌନ୍ଦର୍ଯ୍ୟ ସହ ନିଜ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସେ ନିଜର ପରିଚୟ ତିଆରି କରି ସାରିଥିବା ବେଳେ ଏବେ ନିଜର ଫିଟନେସକୁ ନେଇ ପ୍ରିୟଙ୍କା ଆଲୋଚନା କରିଛନ୍ତି। ପିଙ୍କଭିଲାକୁ ସାକ୍ଷାତକାର ଦେଇ କେଉଁ ଦୁଇ ଦିନ ତାଙ୍କର ଓଜନ ବଢ଼ିଯାଏ, ସେ ବିଷୟରେ ଜଣାଇଛନ୍ତି ପ୍ରିୟଙ୍କା।
ତାଙ୍କ କହିବା ମୁତାବକ, ମୁଁ ଖାଇବାକୁ ଅଧିକ ଭଲପାଏ। ସକାଳ ଖାଇବା ସମୟରେ ମୁଁ ମଧ୍ୟାହ୍ନ ଭୋଜନ ବିଷୟରେ ଚିନ୍ତା କରେ ଓ ମଧ୍ୟାହ୍ନ ଭୋଜନ ସମୟରେ ରାତି ଖାଇବା ବିଷୟରେ। କୌଣସି ନୂଆ ଦେଶକୁ ଗଲେ, ମୋର ପ୍ରଥମ କାମ ରେସ୍ତୋରାଁ ଖୋଜିବା ହୋଇଥାଏ। ମୋ ପସନ୍ଦର ଖାଇବା କେଉଁଠି ମିଳୁଛି, ତାହାକୁ ଦେଖିଥାଏ। ଖାଇବା ପାଇଁ ଥିବା ଭଲପାଇବା ପାଇଁ ଦୀପାବଳି ଓ ଖ୍ରୀଷ୍ଟମାସ ସମୟରେ ମୋର ଓଜନ ବଢ଼ି ଯାଇଥାଏ। ଯାହା ପରେ ଜାନୁଆରି, ଫେବୃଆରି ଓ ମାର୍ଚ୍ଚ ମଧ୍ୟରେ ମୁଁ ମୋର ଓଜନ କମ କରିବାରେ ଲାଗି ପଡ଼ିଥାଏ।
Follow Us