ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରିୟଙ୍କାଙ୍କ ଫଲୋର୍ସ ସଂଖ୍ୟା ୨୫ ମିଲିୟନ୍‌

ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରିୟଙ୍କାଙ୍କ ଫଲୋର୍ସ ସଂଖ୍ୟା ୨୫ ମିଲିୟନ୍‌

ମୁମ୍ବାଇ: ବ୍ଲାକ୍‌ ବିୟୁଟି ପ୍ରିୟଙ୍କା ଚୋପ୍ରା ପ୍ରେମିକ ନିକ୍‌ଙ୍କୁ ନେଇ ଅନେକ ଦିନ ଚର୍ଚ୍ଚାରେ ରହିବା ପରେ ଏବେ ସୋସିଆଲ୍‌ ମିଡିଆକ ନେଇ ଚର୍ଚ୍ଚାରେ ରହିଛନ୍ତି। ଜାଣିବାକୁ ମିଳିଛି ଯେ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରି୍ରୟଙ୍କାଙ୍କ ଫଲୋର୍ସ ସଂଖ୍ୟା ସର୍ବାଦ୍ଧିକ। ଇତି ମଧ୍ୟରେ ତାଙ୍କର ଇନଷ୍ଟୋ ଫଲୋର୍ସ ଅଛନ୍ତି ୨୫ ମିଲିୟନ୍ସ। ପ୍ରିୟଙ୍କା ଗୁରୁବାର ଏ ସଂପର୍କରେ ନିଜ ଇନ୍‌ଷ୍ଟା ପେଜ୍‌ରେ ଲେଖି ପ୍ରଶଂସକମାନଙ୍କୁ ଧନ୍ୟବାଦ୍‌ ଦେଇଛନ୍ତି। ସେ ଲେଖିଛନ୍ତି କି ‘୨୫ ମିଲିୟନର ସମ୍ବଳ। ଆପଣଙ୍କ ସ୍ନେହ ପାଇଁ ଧନ୍ୟବାଦ।

publive-image

ଉଲ୍ଲେଖଯୋଗ୍ୟ, ଏହି ୩୫ ବର୍ଷୀୟା ଅଭିନେତ୍ରୀ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ, କିଙ୍ଗ୍‌ଖାନ ଶାହାରୁଖ ଖାନ, ସଲମାନ ଖାନ, ଦୀପିକା ପାଦୁକୋନ ଆଦିଙ୍କୁ ପଛରେ ପକାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଅମିତାଭଙ୍କ ଫଲୋର୍ସ ସଂଖ୍ୟା ୯.୫ ମିଲିୟନ୍‌ ଥିବା ବେଳେ ଶାହାରୁଖଙ୍କର ଅଛନ୍ତି ୧୩.୭ ମିଲିୟନ୍‌ । ସେହିପରି ସଲୁ ମିଆଁଙ୍କ ଫଲୋର୍ସ ସଂଖ୍ୟା ୧୩.୧୭ ମିଲିୟନ୍‌ ଥିବା ବେଳେ ଡିମ୍ପଲ୍‌ କୁଇନ୍‌ ଦୀପିକାଙ୍କ ଫଲୋର୍ସ ଅଛନ୍ତି ୨୪.୯ ମିଲିୟନ୍‌। ପ୍ରିୟଙ୍କା କେଳବ ସିନେ ଷ୍ଟାରଙ୍କୁ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ପଛରେ ପକାଇଛନ୍ତି। ମୋଦିଙ୍କର ଇନ୍‌ଷ୍ଟା ଫଲୋର୍ସ ହେଉଛନ୍ତି ୧୩.୫ ମିଲିୟନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe