ଆପଣଙ୍କ ବୟସ ହିଁ ବଢୁନାହିଁ: ପ୍ରିୟଙ୍କାଙ୍କ ମସ୍ତ ଲୁକ୍‌ରେ ଏପରି କହିଲେ ପ୍ରଶଂସକ

ଆପଣଙ୍କ ବୟସ ହିଁ ବଢୁନାହିଁ: ପ୍ରିୟଙ୍କାଙ୍କ ମସ୍ତ ଲୁକ୍‌ରେ ଏପରି କହିଲେ ପ୍ରଶଂସକ

ନୂଆଦିଲ୍ଲୀ: ବଲିଉଡ୍‌ରୁ ହଲିଉଡ୍‌ ଅଭିନେତ୍ରୀ ସାଜିଥିବା ପ୍ରିୟଙ୍କା ଚୋପ୍ରା ନିଜର ଫ୍ୟାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲେ ମଧ୍ୟ ଆଜି ବି ସେ ଜଣେ ୨୦ ବର୍ଷୀୟା ଯୁବତୀ ଭଳି ଦିଶିଥାନ୍ତି। ନିକଟରେ ପ୍ରିୟଙ୍କା ତାଙ୍କର ନୂଆ ଲୁକ୍‌ରେ ସୋସିଆଲ୍‌ ମିଡିଆରେ ଛାଇ ଯାଇଛନ୍ତି। ଶୁକ୍ରବାର ଦିନ ତାଙ୍କୁ ଏକ ଇଭେଣ୍ଟ୍‌ରେ ଦେଖିବାକୁ ମିଳିଥିଲା। ସେଠାରେ ପ୍ରିୟଙ୍କା ଧଳା ରଂଗର ଏକ ଡିପ୍‌-ନେକ୍‌ ଗାଉନ୍‌ ପରିଧାନ କରିଥିଲେ।

ରୋମରେ ଏକ ହୋଟେଲ୍‌ ଉଦ୍‌ଘାଟନରେ ପ୍ରିୟଙ୍କା ପିନ୍ଧିଥିବା ଏହି ଗାଉନ୍‌ରେ ବେଶ୍‌ ଷ୍ଟାଇଲିଷ୍ଟ୍‌ ଦିଶୁଥିଲେ। ଗାଉନ୍‌ ସହିତ ଏକ ସବୁଜ ରଂଗର ନେକ୍‌ଲେସ୍‌ ପିନ୍ଧି ସେ ତାଙ୍କ ଲୁକ୍‌କୁ ପୂରା କରିଥିଲେ। ଦୁଇ କେରା କରି ଚୁଟିକୁ ବାନ୍ଧି ସେ ଲାଇଟ୍‌ ମେକ୍‌-ଅପ୍‌ରେ ବେଶ୍‌ ଆକର୍ଷଣୀୟ ଦେଖା ଯାଉଥିଲେ।

ପ୍ରିୟଙ୍କାଙ୍କୁ ଏହି ଲୁକ୍‌ରେ ଦେଖିବା ପରେ ପ୍ରଶଂସକମାନେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି। ସୋସିଆଲ୍‌ ମିଡିଆରେ ତାଙ୍କର ଏହି ଲୁକ୍‌ ଭାଇରାଲ୍‌ ହେବା ପରେ ତାଙ୍କୁ ଖାଲି ପ୍ରଶଂସା ମିଳୁଛି। ୪୦ ବର୍ଷ ବୟସରେ ବି ସେ ୨୦ ବର୍ଷ ବୟସ୍କା ପରି ଲାଗୁଥିବା ପ୍ରଶଂସକମାନେ ମତ ଦେଇଛନ୍ତି।

କେହି କେହି ପ୍ରିୟଙ୍କାଙ୍କୁ ହେୟାର୍‌ ଷ୍ଟାଇଲ୍‌କୁ ପସନ୍ଦ କରୁଛନ୍ତି ତ ପୁଣି କେହିି ‘ଆପଣଙ୍କ ବୟସ ବଢୁନାହିଁ’ ବୋଲି ଲେଖିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘୨୦ ବର୍ଷ ତଳେ ୟାଙ୍କୁ ଏତ୍‌ରାଜ୍‌ ଫିଲ୍ମରେ ଦେଖିଥିଲି ସେ ଏପରି ହିଁ ଥିଲେ। ତାଙ୍କ ବୟସ ଆଦୌ ବଢୁନାହିଁ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe