ମିଳିଲା ଡ଼କ୍ଟରେଟ ଡିଗ୍ରି: ପ୍ରିୟଙ୍କା ଏବେ ଡକ୍ଟର ପ୍ରିୟଙ୍କା

Advertisment
ମିଳିଲା ଡ଼କ୍ଟରେଟ ଡିଗ୍ରି: ପ୍ରିୟଙ୍କା ଏବେ ଡକ୍ଟର ପ୍ରିୟଙ୍କା

The Financial Express

ମୁମ୍ବାଇ: ବଲିଉଡ ପରେ ହଲିଉଡରେ ଚହଳ ପକାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ନିଜ ହୋମଟାଉନ ବରେଲିରୁ ଡକ୍ଟରେଟ ପ୍ରାପ୍ତ କରିଛନ୍ତି। ଗତକାଲି ପ୍ରିୟଙ୍କାଙ୍କୁ ବରେଲି ଅନ୍ତଃରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଛି ସମ୍ମାନସୂଚକ ଡକ୍ଟରେଟ ।
ବିଶ୍ୱବିଦ୍ୟାଳୟର  ଚାନ୍‌ସେଲର କେଶବ କୁମାର ଅଗ୍ରଓ୍ଵାଲ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରିୟଙ୍କାଙ୍କୁ ଡ଼କ୍ଟରେଟ ପ୍ରଦାନ କରିଛନ୍ତି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ଉତ୍ତର ପ୍ରଦେଶର ଅର୍ଥ ମନ୍ତ୍ରୀ ରାଜେଶ ଅଗ୍ରଓ୍ଵାଲ ମଧ୍ୟ ଉପସ୍ଥିତ ଥିଲେ । ପ୍ରିୟଙ୍କା ତାଙ୍କ ହୋମଟାଉନ୍‌କୁ ଦୀର୍ଘ ୫ ବର୍ଷ ପରେ ଫେରିଛନ୍ତି ବୋଲି କହିଥିଲେ ଚାନସେଲର ।
ଏହା ମତେ ବହୁତ  ଆନନ୍ଦ ଏବଂ ଆତ୍ମସନ୍ତୋଷ ପ୍ରଦାନ କରିଛି । ପ୍ରିୟଙ୍କା ବହୁ ପ୍ରକାରର ସମାଜ ସେବା କାର୍ଯ୍ୟ କରୁଛି । ସେ ଏହି ଡ଼ିଗ୍ରି ପାଇବା ପାଇଁ ସଂମ୍ପୂର୍ଣ୍ଣ ଭାବେ ଯୋଗ୍ୟ । ଭଗବାନ ତାକୁ କୃପା କରନ୍ତୁ ଏବଂ ଶକ୍ତି ପ୍ରଦାନ କରନ୍ତୁ, ଯାହା ଦ୍ୱାରା ସେ ଦୁଃଖୀ ଏବଂ ଅଭାବୀ ଲୋକଙ୍କୁ ସହାୟତା କରିପାରିବ, ବୋଲି  ଅଭିନେତ୍ରୀ ପ୍ରିୟାଙ୍କାଙ୍କ ମା’ ମଧୁ ଚୋପ୍ରା କହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe